fbpx

କଲରା ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ଡାଇବେଟିସ୍‌ ସହ କ୍ୟାନ୍ସର ମଧ୍ୟ ଭଲ ହୋଇଯିବ

ଅଧିକାଂଶ ଲୋକ କଲରା ଖାଇବାକୁ ପସନ୍ଦ କରି ନ ଥାନ୍ତି। କିନ୍ତୁ କଲରାର ଅନେକ ଉପକାରୀ ଗୁଣ ରହିଛି। ଏହାକୁ ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ଖାଲି ଡାଏବେଟିସ୍‌ ନୁହେଁ ପ୍ରାଣଘାତୀ କ୍ୟାନସର୍‌ ମଧ୍ୟ ଭଲ ହୋଇଥାଏ ବୋଲି ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। କଲରାରେ ଥିବା ଗ୍ୟାଲିକ୍‌ ଏସିଡ୍‌ କ୍ଲୋରୋଜେନିକ୍‌ ସେଲକୁ ନଷ୍ଟ ହେବାରୁ ରକ୍ଷା କରିଥାଏ। କଲରାରେ ଥିବା ଅନ୍ୟ ରାସାୟନିକ ତତ୍ତ୍ୱ କ୍ୟାନସରଯୁକ୍ତ କୋଷିକାକୁ ରୋକିଥାଏ। ଫଳରେ କ୍ୟାନସର ହେବା ଆଶଙ୍କା କମ୍‌ ଥାଏ।

କଲରାର ଉପକାରୀ ଗୁଣ :
କଲରା ଆମ ଶରୀରରେ ରୋଗ ପ୍ରତିଷେଧକ କ୍ଷମତା ବଢ଼ାଇଥାଏ। କଲରାରେ ଭିଟାମିନ୍‌ ଏ, ସି ସହିତ ପୋଟାସିୟମ, ଫାଇବର, ଆଇରନ୍‌, ଜିଙ୍କ୍‌ ଆଦି ପୋଷକ ତତ୍ତ୍ୱ ଭରି ରହିଛି। ଦୃଷ୍ଟିଶକ୍ତି ମଧ୍ୟ ବଢ଼ାଇଥାଏ। କଲରା ଓଜନ କମାଇବାରେ ସାହାଯ୍ୟ କରିଥାଏ। ହାଡ଼ ମଜଭୁତ କରିଥାଏ। ବିଶେଷକରି ଶାରୀରିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପ୍ରତିଦିନ ଖାଦ୍ୟରେ କଲରା ସାମିଲ କଲେ କିମ୍ବା ଏହାର ଜୁସ୍‌ ପିଇଲେ ଉପରୋକ୍ତ ଫାଇଦା ମିଳିଥାଏ।

Get real time updates directly on you device, subscribe now.