fbpx

ଶସ୍ତା ହେବ ଖାଇବା ତେଲ, ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦିନକୁ ଦିନ ରୋଷେଇ ଘରକୁ ମହଙ୍ଗା ମାଡ଼ ବଢ଼ିବାରେ ଲାଗିଛି । ପେଟ୍ରୋଲ ଡିଜେଲ ପରେ ଖାଇବା ତେଲ ଦର ବି ଆକାଶ ଛୁଆଁ ହେବାରେ ଲାଗିଛି । କିନ୍ତୁ ଏହାରି ମଧ୍ୟରେ ସାଧାରଣ ବର୍ଗ ଲୋକଙ୍କ ଆସିଛି ଖୁସି ଖବର । ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ପୋମୋଲିନ, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲରୁ ଶୁଳ୍କ ହ୍ରାସ କରାଯାଇଛି । ସମ୍ପୃକ୍ତ ୩ ପ୍ରକାର ତେଲରୁ ଆମଦାନୀ ଶୁଳ୍କ ୨.୫%ରୁ ଶୂନ୍ ହୋଇଛି ।

ତେବେ ପୋମୋଲିନ୍ ତେଲରୁ ସେସ୍ ୨୦%ରୁ ୭.୫% ହ୍ରାସ ହୋଇଛି । ଏହା ସହିତ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲରୁ ସେସ୍ ୫%କୁ ଖସିଛି । ଶୁଳ୍କ ହ୍ରାସ ଯୋଗୁଁ ଖାଇବା ତେଲ ଏଣିକି ଶସ୍ତା ହେବ ।

ଏହା ପୂର୍ବରୁ କେନ୍ଦ୍ର ସରକାର ଦର ହ୍ରାସ ପାଇଁ ଅନେକ ପଦକ୍ଷେପ ନେଇଥିଲେ । ତେଲ ଉପରେ ଆମଦାନୀ ଶୁଳ୍କ କମ କରିବା ମଧ୍ୟ ଏଥିରେ ସାମିଲ୍ ଥିଲା। ଘରୋଇ ମୂଲ୍ୟ ଉପରେ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖାଦ୍ୟ ତେଲର ଷ୍ଟକ ସୀମା ନିର୍ଦ୍ଧାରିତ କରାଯାଇଥିଲା । ଆମଦାନୀ ଶୁଳ୍କ ହ୍ରାସ ପରେ ତେଲର ମୂଲ୍ୟ କିଲୋଗ୍ରାମ ପ୍ରତି ୩ ରୁ ୪ ଟଙ୍କା କମିଥିଲା ।

Get real time updates directly on you device, subscribe now.