fbpx

ସାବଧାନ! ଓଜନ କମାଇବା ପାଇଁ ଖାଲି ଖାଉଛନ୍ତି କି ଫଳ ଏବଂ ପନିପରିବା, ହୋଇପାରେ ଅସୁବିଧା

Advertisement

ଫଳ ଏବଂ ପନିପରିବାରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଥାଏ । ତେବେ ଏହା ସତ୍ୟ ଯେ ଫଳ ଏବଂ ପନିପରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । କିନ୍ତୁ କେବଳ ଫଳ ଏବଂ ପନିପରିବା ଖାଇବା ଆରମ୍ଭ କରିବା ପରେ ସମସ୍ୟା ଆରମ୍ଭ ହୋଇଥାଏ ପ୍ରକୃତ ସମସ୍ୟା । ଆସନ୍ତୁ ଏହି ଆର୍ଟିକିଲରେ ଜାଣିବା କିପରି ଫଳ ଏବଂ ପନିପରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।

ଦୈନନ୍ଦିନ ଜୀବନରେ ନିୟମିତ ଫଳ ଏବଂ ପନିପରିବା ଖାଇବା ଆପଣଙ୍କ ଶରୀରରେ ଭଲ ପରିବର୍ତ୍ତନ ଆଣିଥାଏ । ଆପଣଙ୍କ ଓଜନ ହ୍ରାସ ପାଇବା ସହିତ ଆପଣ ମଧ୍ୟ ପତଳା ଏବଂ ହାଲକା ତଥା ସତେଜ ଅନୁଭବ କରିଥାନ୍ତି ।

କେବଳ ଆଜି ନୁହେଁ ପାରମ୍ପାରିକ ସମୟରୁ ଫଳ ଏବଂ ପନିପରିବାକୁ ଅନେକ ରୋଗର ଉପଶମ ତଥା ଓଜନ ହ୍ରାସ ପାଇଁ ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ଆଜିର ସୋସିଆଲ ମିଡିଆରେ ମଧ୍ୟ ଭଲ ସ୍ୱାସ୍ଥ୍ୟ ପାଇଁ ପନିପରିବା ଏବଂ ଫଳ ଖାଇବାକୁ ପରାମର୍ଶ ଦିଆଯାଇଛି । ତେବେ ଅନେକ ଲୋକ ଏହାକୁ ସେମାନଙ୍କର ଦୈନନ୍ଦିନ କାର୍ୟ୍ୟରେ ଅନ୍ତର୍ଭୁକ୍ତ କରି ଉପକୃତ ହେଉଛନ୍ତି ।

ତେବେ କେବଳ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ଆରମ୍ଭ ହୋଇଥାଏ । ଆପଣ ପ୍ରାୟତଃ ଶୁଣିଥିବେ ଯେ ଜଣେ ବ୍ୟକ୍ତି ସର୍ବଦା ଏକ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଉଚିତ । ସନ୍ତୁଳିତ ଖାଦ୍ୟର ଅର୍ଥ ହେଉଛି ସମସ୍ତ ରସଯୁକ୍ତ ଏବଂ ସନ୍ତୁଳନ ଥିବା ଖାଦ୍ୟ ଅର୍ଥାତ ଫଳ, ପନିପରିବା, କିଛି କାର୍ବୋହାଇଡ୍ରେଟ, କିଛି ଫାଇବର ଏବଂ କିଛି ପ୍ରୋଟିନ ଇତ୍ୟାଦିର ଉପଯୁକ୍ତ ସନ୍ତୁଳନ ଥିବା ଖାଦ୍ୟ ଖାଇବା । ପିଲାଦିନରୁ ଏହା ପୁସ୍ତକଗୁଡ଼ିକରେ ମଧ୍ୟ ଶିକ୍ଷା ଦିଆଯାଏ ଯେ ଏକ ସନ୍ତୁଳିତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

କିନ୍ତୁ କେବଳ ଫଳ ଖାଇବା ଦ୍ୱାରା ଶରୀରର ମାଂସପେଶୀ ଦୁର୍ବଳ ହେବାକୁ ଲାଗେ ଏବଂ ମାକ୍ରୋନ୍ୟୁଟ୍ରିଏଣ୍ଟର ଅଭାବ ମଧ୍ୟ ଶରୀରରେ ଅସନ୍ତୁଳନ ସୃଷ୍ଟି କରେ । କାରଣ ଫଳ ଏବଂ ପନିପରିବାରେ ଆମ ଶରୀରରେ ଆବଶ୍ୟକ ପରିମାଣର ଚର୍ବି ଏବଂ ପ୍ରୋଟିନ ନ ଥାଏ । ସୁସ୍ଥ ଶରୀର ପାଇଁ କିଛିି ଫ୍ୟାଟ ଏବଂ ପ୍ରୋଟିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ତେବେ ଏକ ସନ୍ତୁଳିତ ଖାଦ୍ୟର ଅର୍ଥ ହେଉଛି ଏପରି ଖାଦ୍ୟ ଯେଉଁଥିରେ ଭିଟାମିନ୍, ପ୍ରୋଟିନ୍, କାର୍ବୋହାଇଡ୍ରେଟ ଏବଂ ଫାଇବର ସନ୍ତୁଳିତ ପରିମାଣରେ ଥାଏ । ବର୍ତ୍ତମାନ ଆମେ ଏହି ସବୁ ଜିନିଷକୁ କେବଳ ଫଳ କିମ୍ବା ପନିପରିବାରେ ପାଇପାରିବା ନାହିଁ । ଯଦିଓ ଆମେ ଏହି ସବୁ ନ୍ୟୁଟ୍ରିଏଣ୍ଟସ ପନିପରିବା ଏବଂ ଫଳରୁ କିଛି ମାତ୍ରାରେ ପାଇଥାଉ କିନ୍ତୁ ଆବଶ୍ୟକ ପରିମାଣର ନୁହେଁ ।
ତେଣୁ ଏହି ସବୁ ପୋଷକ ତତ୍ତ୍ୱକୁ ଶରୀରରେ ସନ୍ତୁଳିତ ମାତ୍ରାରେ ରଖିବାକୁ ହେଲେ ଆମ ବୈନନ୍ଦିନ ଜୀବନରେ ଶସ୍ୟ, ଡାଲି, ଫଳ, ସବୁଜ ପନିପରିବା, ମାଂସ, ବାଦାମ, ଡାଲି, ଦୁଗ୍ଧଜାତ ଦ୍ରବ୍ୟ ଇତ୍ୟାଦି ଖାଇବା ଉଚିତ ।

Get real time updates directly on you device, subscribe now.