ନୂଆଦିଲ୍ଲୀ: ଭାରତରେ ରୋଷେଇ ଘରେ ସମସ୍ତଙ୍କର ଆଳୁ ରହିଥାଏ । ବିନା ଆଳୁରେ ରୋଷେଇ ଅଧୁରା ବୋଲି କୁହାଯାଇଥାଏ । ତେବେ ଅନେକ ସମୟରେ ଆମେ ଗଜା ହୋଇଥିବା ଆଳୁ ବା ଅଙ୍କୁରିତ ଆଳୁ ବ୍ୟବହାର କରିଥାଏ । ଏହି ଅଙ୍କୁରିତ ଆଳୁ ଖାଇବା ଦ୍ୱାରା ଆମର ସ୍ୱାସ୍ଥ୍ୟ ହାନୀ ହେବାର ଆଶଙ୍କା ରହିଥାଏ । ଏଥିପାଇଁ ଆମକୁ ଅନେକ ରୋଗର ଶିକାର ହେବାକୁ ପଡ଼ିଥାଏ । ସାଧାରଣ ଭାବେ ଆଳୁକୁ ଅନେକ ଦିନ ପର୍ଯ୍ୟନ୍ତ ଘରେ ରଖିଦେଲେ ତାହା ଅଙ୍କୁରିତ ହୋଇଯାଇଥାଏ । ସେଥିପାଇଁ ଆଳୁକୁ ସର୍ବଦା ଖୋଲା ସ୍ଥାନରେ ରଖାଯାଇଥାଏ । ଅଙ୍କୁରିତ ଆଳୁ ଖାଇଲେ ଆଖି ପ୍ରଭାବିତ ହେବାର ସମ୍ଭାବାନା ରହିଥାଏ ।
ଜଣେ ନ୍ୟୁଟ୍ରିସିଆନିଷ୍ଟଙ୍କ ମତରେ, ଥରେ ଆଳୁ ଅଙ୍କୁରିତ ହେବା ପରେ ତା’ର ପୁଷ୍ଟିକତା କମ୍ ହେବାରେ ଲାଗିଥାଏ । ଆଳୁ ଅଙ୍କୁରିତ ହେବାର ମୁଖ୍ୟ କାରଣ ହେଉଛି ନୂଆ ବୃକ୍ଷର ତିଆରି ହେବ । ଅଙ୍କୁଳିତ ହେବା ପରେ ଆଳୁରେ ଗ୍ଲାଇକୋଅଲକାଲଏଡସ ନାମକ ପ୍ରାକୃତିକ ବିଷାକ୍ତ ମିଶ୍ରଣ ହୋଇଥାଏ । ଅଙ୍କୁରିତ ଆଳୁରେ ସୋଲନିନ ଓ ଚକୋନିନ ନାମକ ଦୁଇଟି ଗ୍ଲାଇକୋଅଲକାଲଏଡସ ରହିଥାଏ । ଆଳୁର ବୃକ୍ଷର ସମସ୍ତ ଭାଗରେ ସୋଲନିନ ଓ ଚକୋନିନ ରହିଥଶଏ । ସାଧାରଣ ଭାବେ ଆଳୁ ଓ ଅଙ୍କୁରିତ ଆଳୁରେ ଏହି ଦୁଇଟି ଉପାଦାନ ରହିଥାଏ । ଅଙ୍କୁରିତ ଆଳୁରେ ରହିଥିବା ଗ୍ଲାଇକୋଅଲକାଲଏଡସ କୀଟ ଓ ଅନ୍ୟ ବୃକ୍ଷ ଠାରୁ ବୀମାରୀରୁ ସୁରକ୍ଷା ପ୍ରଦାନ କରିଥାଏ । ମାତ୍ର ମାନବ ଶରୀରରେ ଏହି ପଦାର୍ଥ ବାନ୍ତି, ପେଟ ଯନ୍ତ୍ରଣା, ମୁଣ୍ଡବ୍ୟଥାର କାରଣ ସାଜିଥାଏ । ସେଥିପାଇଁ ଶୁଗର ରୋଗୀଙ୍କୁ ଅଙ୍କୁରିତ ଆଳୁ ଖାଇବାକୁ ବାରଣ କରାଯାଇଥାଏ । କାରଣ ଏହାଦ୍ୱାରା ଶୁଗର ସ୍ତର ଦ୍ରୁତ ଭାବେ ବଢ଼ିଯାଇଥାଏ ।