fbpx
BSKY SKY
BSKY SKY

ମାସିକ ଋତୁସ୍ରାବ ସମୟରେ ଏହି ଖାଦ୍ୟ ଖାଇଲେ ବଢିଯାଏ ଯନ୍ତ୍ରଣା, ଜାଣନ୍ତୁ କ’ଣ କ’ଣ ?

BSKY

ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଏକ ଶାରିରୀକ ପ୍ରକ୍ରିୟାକୁ ଋତୁସ୍ରାବ ବା ମାସିକ ଧର୍ମ ବୋଲି କୁହାଯାଇଥାଏ। ଏହା ମହିଳାମାନଙ୍କର ପ୍ରାପ୍ତ ବୟସ୍କା ହେବାର ସୂଚନା ପ୍ରଦାନ କରିଥାଏ। ମହିଳାଙ୍କ ମାସିକ ଧର୍ମ ଅର୍ଥାତ ପିରିୟଡ୍ସରେ ବହୁତ ସମସ୍ୟା ହୋଇଥାଏ। ଏହି ସମୟରେ ମହିଳାଙ୍କୁ ବହୁତ ଯନ୍ତ୍ରଣା ସହିବାକୁ ପଡିଥାଏ। କେତେକ ମହିଳା ଏହି ସମୟରେ ଏତେ ଚିନ୍ତିତ ହୋଇପଡନ୍ତି ଯେ ସେମାନେ ଡିପ୍ରେସନକୁ ଚାଲିଯାନ୍ତି। ଏହି ଦିନରେ ଆପଣଙ୍କୁ ବହୁତ ଭାବିଚିନ୍ତି ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ। ମାସିକ ଧର୍ମ ସମୟରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ପୋଷ୍ଟିକ ଆହାର ନେବା ଦରକାର। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଏହି ସମୟରେ ଆପଣଙ୍କୁ କେଉଁ ସବୁ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ।

– ପିରିୟଡ୍ସ ସମୟରେ ଏମିତି ସବୁ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ ଯାହା ଗ୍ୟାସ ସ୍ରୁଷ୍ଟି କରିଥାଏ। ଫାଷ୍ଟ ଫୁଡ୍, ଛଣା ହୋଇଥିବା ଖାଦ୍ୟ ଠାରୁ ନିଜକୁ ଯଥେଷ୍ଟ ଦୂରତା ରଖନ୍ତୁ। ଏହି ସମୟରେ ଏହି ସବୁ ଜିନିଷକୁ ଖାଇବା ଦ୍ବାରା ଆପଣଙ୍କ ସମସ୍ୟା ବଢ଼ିଯାଇଥାଏ।

– ଚେଷ୍ଟା କରନ୍ତୁ ଯେ ଏହି ସମୟରେ ଚିନି ଯୁକ୍ତ ଖାଦ୍ୟ ପଦାର୍ଥ ଖାଇବା ଉଚିତ ନୁହେଁ। ଏହା ଆପଣଙ୍କୁ ଅଧିକ ଯନ୍ତ୍ରଣା ଦେଇଥାଏ। କିନ୍ତୁ ଯଦି ଏହି ସମୟରେ ମିଠା ଖାଇବାକୁ ମନ କରେ ତେବେ ଆପଣ ମିଠା ଫଳ ଯଥା ଆମ୍ବ, ତରଭୂଜ କିମ୍ବା ସେଓ ଖାଇପାରିବେ।

– ପିରିୟଡ୍ସ ସମୟରେ ଆପଣ ଫ୍ୟାଟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ମାଂସରେ ବହୁତ ମାତ୍ରାରେ ଫ୍ୟାଟ ମିଳିଥାଏ। ଏହାକୁ ଖାଇବା ଦ୍ବାରା ଆପଣଙ୍କ ପେଟ ଫୁଲିବା ଏବଂ ଯନ୍ତ୍ରଣା ଭଳି ସମସ୍ୟା ଉପୁଯାଇପାରେ। ପିରିୟଡ୍ସରେ ଏହି ସମସ୍ୟା ବହୁତ ଅଧିକ ବଢ଼ିଯାଇଥାଏ। ଏହି ସମୟରେ ଯଦି ଆପଣଙ୍କୁ ଆମିଶରେ କିଛି ଖାଇବାକୁ ଇଚ୍ଛା ହେଉଛି ତେବେ ମାଛ ଖାଇପାରିବେ।

– ମଦ ସବୁବେଳେ ହାନିକାରକ ହୋଇଥାଏ। ଏହାକୁ କେବେବି ହାତ ଲଗାଇବା ଉଚିତ ନୁହେଁ। ଏହି ସମୟରେ ମଦ ବହୁତ ହାନିକାରକ ହୋଇଥାଏ। ଏହାଦ୍ବାରା ଡିପ୍ରେସନ ବଢ଼ିଥାଏ। ଏହା ରକ୍ତକୁ ଆହୁରି ଅଧିକ ପତଳା କରିଦେଇଥାଏ ଯେଉଁ କାରଣରୁ ପିରିୟଡ୍ସ କିଛି ସମୟ ଦିନ ଗଡିଯାଇଥାଏ। ମଦ ବଦଳରେ ଆପଣ ଚା ପିଅନ୍ତୁ।

Get real time updates directly on you device, subscribe now.