fbpx
BSKY SKY
BSKY SKY

ଷ୍ଟଡୀରୁ ହେଲା ଆଶ୍ଚର୍ଯ୍ୟକର ଖୁଲାସା: ଟମାଟୋ ଖାଇବା ଦ୍ୱାରା କମିପାରେ ପୁରୁଷମାନଙ୍କଠାରେ ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଆଶଙ୍କା

BSKY

ସାରା ବିଶ୍ୱରେ ପୁରୁଷମାନଙ୍କଠାରେ ହେଉଥିବା କ୍ୟାନ୍ସର ମଧ୍ୟରେ ପ୍ରୋଷ୍ଟେଟ କ୍ୟାନ୍ସର ସବୁଠାରୁ ସାଧାରଣ । ଏହା ସ୍ଥାନୀୟ କ୍ଷେତ୍ର କିମ୍ବା ଲସିକା ଗ୍ରନ୍ଥିରେ ସୀମିତ ନୁହେଁ ବରଂ ହାଡ଼, ଅନ୍ତନଳୀ ଏବଂ ଫୁସଫୁସରେ ମଧ୍ୟ ବ୍ୟାପିପାରେ ।

ପୁରୁଷମାନଙ୍କଠାରେ ପ୍ରୋଷ୍ଟେଟ୍ ହେଉଛି ଏକ ଗ୍ରନ୍ଥି ଯାହା ବୀଜ ପାଇଁ ତରଳ ପଦାର୍ଥ ସୃଷ୍ଟି କରେ । ଯେତେବେଳେ ଏଥିରେ କ୍ୟାନ୍ସର ବିକଶିତ ହୁଏ, ଏହାକୁ ପ୍ରୋଷ୍ଟେଟ କ୍ୟାନ୍ସର କୁହାଯାଏ । ପରିସ୍ରା ସମୟରେ ପ୍ରୋଷ୍ଟେଟ କ୍ୟାନସରର କିଛି ଲକ୍ଷଣ ଦୃଶ୍ୟମାନ ହୁଏ । ଏହି କାରଣରୁ ପରିସ୍ରା କରିବାରେ ଅସୁବିଧା ହୁଏ । ଯଦି ପରିସ୍ରାର ପ୍ରବାହ ହ୍ରାସ ପାଇଛି କିମ୍ବା ଏହା ମଧ୍ୟବର୍ତ୍ତୀ ସମୟରେ ଆସୁଛି, ତେବେ ଏହା ପ୍ରୋଷ୍ଟେଟ କ୍ୟାନ୍ସର ର ଲକ୍ଷଣ ହୋଇପାରେ । ନିକଟରେ ଏକ ଗବେଷଣା ପ୍ରୋଷ୍ଟେଟ କ୍ୟାନ୍ସର ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଟମାଟୋ ଖାଇବା ଦ୍ୱାରା ପୁରୁଷମାନଙ୍କଠାରେ ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଆଶଙ୍କା କମିଯାଏ ।

ଅନୁସନ୍ଧାନରେ ଏହା କୁହାଯାଇଥିଲା-
ନିକଟରେ କ୍ୟାନ୍ସର ଏପିଡେମୋଲୋଜି ବାୟୋମେକର୍ସ ଏବଂ ପ୍ରିଭେନସନ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ଟମାଟୋକୁ ନିୟମିତ ଖାଇବା ଦ୍ୱାରା ପୁରୁଷମାନଙ୍କଠାରେ ପ୍ରୋଷ୍ଟେଟ୍ କ୍ୟାନସର ହେବାର ଆଶଙ୍କା କମିଯାଏ । ଅଧ୍ୟୟନରେ ଜୋର ଦିଆଯାଇଛି ଯେ, ଯଦି ସପ୍ତାହରେ ଦଶଟି ଟମାଟୋ ଖିଆଯାଏ, ତେବେ ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଆଶଙ୍କା ୨୦ ପ୍ରତିଶତ ହ୍ରାସ ହୋଇପାରେ । କେମ୍ବ୍ରିଜ୍ର ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ଅଧ୍ୟୟନ କରିଥିଲେ ।

ଦଶ ଟମାଟୋ ଖାଇବା ଦ୍ୱାରା ବିପଦ କମିଯାଏ-

ଏହି ଅଧ୍ୟୟନରେ ପୁରୁଷମାନଙ୍କୁ ଅନେକ ଉପାୟରେ ଟମାଟୋ ଖାଇବାକୁ କୁହାଯାଇଥିଲା । ଏହି ବ୍ୟକ୍ତିମାନଙ୍କୁ କଞ୍ଚା ଟମାଟୋ, ପାଚିଲା ଟମାଟୋ, ଟମାଟୋ ରସ ଏବଂ ଭଜା ଟମାଟୋ ଖାଇବା ପାଇଁ ଦିଆଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ଅଧିକ ଟମାଟୋ ଖାଉଥିବା ପୁରୁଷଙ୍କଠାରେ ପ୍ରୋଷ୍ଟେଟ୍ କ୍ୟାନ୍ସର ହେବାର ଆଶଙ୍କା କମ୍ ଥିଲା । ଏହାର ଅର୍ଥ ଟମାଟୋ ଖାଉଥିବା ପୁରୁଷଙ୍କ ତୁଳନାରେ ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଆଶଙ୍କା କମ୍ ଥିଲା ।

ଲାଇକୋପିନ୍ କ୍ୟାନ୍ସର ରୋଗର ଆଶଙ୍କା ହ୍ରାସ କରେ :-

ଅଧ୍ୟୟନରେ କୁହାଯାଇଥିଲା ଯେ, ଟମାଟୋରେ ଲାଇକୋପିନ୍ ନାମକ ଏକ ଏନଜାଇମ୍ ମିଳିଥାଏ । ଯାହା ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଆଶଙ୍କା କମାଇବା ପାଇଁ କାମ କରେ । କ୍ୟାନ୍ସର ରୋଗର ଆଶଙ୍କା ହ୍ରାସ କରିବା ସହିତ ଲାଇକୋପିନ୍ ଡିଏନଏକୁ ସୁରକ୍ଷା ଦେଇଥାଏ ଏବଂ କୋଷଗୁଡ଼ିକୁ ଭାଙ୍ଗିବା ଠାରୁ ମଧ୍ୟ ରକ୍ଷା କରିଥାଏ । କେବଳ ଏତିକି ନୁହେଁ, ଟମାଟୋରେ ମିଳୁଥିବା ଲାଇକୋପିନ୍ ମଧ୍ୟ ପ୍ରୋଷ୍ଟେଟ ଗ୍ରନ୍ଥିରେ ବଢ଼ୁଥିବା କ୍ୟାନ୍ସର କୋଷକୁ ରିଭର୍ସ ପାଇଁ କାମ କରିଥାଏ ।

ଲକ୍ଷଣ:
ବାରମ୍ବାର ପରିସ୍ରା ଲାଗିବା, ବାଥରୁମକୁ ବାରମ୍ବାର ଯିବା, ପରିସ୍ରା ଧୀର ହେବା କିମ୍ବା ପରିସ୍ରା କରିବା ସମୟରେ କଷ୍ଟ ହେବା, ପରିସ୍ରା ଲାଲ ହେବ ବା ପରିସ୍ରାରେ ରକ୍ତ ପଡିବା, ହାଡ ବା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା, ଅଧିକ ଓଜନ ହ୍ରାସ ହେବା ଏବଂ ଇରେକ୍ଟାଇଲ୍ ଡିସଫଙ୍କସନ ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣ।

Get real time updates directly on you device, subscribe now.