ଗର୍ଭବତୀ ମହିଳା ଅଧିକ ଲୁଣ ଖାଇଲେ ହେବେ ହାଇ ବିପିର ଶିକାର, ଜାଣନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ଗର୍ଭବତୀ ମହିଳାଙ୍କୁ ଅନେକ ପରାମର୍ଶ ଦିଆଯାଇଥାଏ। ତେବେ ଗର୍ଭାବସ୍ଥାରେ ଚିନି ଏବଂ ଲୁଣ ଅଧିକ ଖାଇବା ମନାକରାଯାଇଥାଏ। କାରଣ ଏଥିରେ ଅନେକ ପ୍ରକାର ଗମ୍ଭୀର ରୋଗ ହୋଇଥାଏ। ଗର୍ଭାବସ୍ଥା ସମୟରେ ଅଧିକ ଲୁଣ ଖାଆନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ଆସନ୍ତୁ ଜାଣିବା ଏହି ବିଷୟରେ..

ଗର୍ଭାବସ୍ଥା ସମୟରେ ଅଧିକ ଲୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ବିପଦ ହୋଇପାରେ। ଲୁଣ ଖାଇବା ଦ୍ୱାରା ଶରୀରରେ ଅନେକ ସମସ୍ୟା ଉପୁଜିଥାଏ। ଭ୍ରୁଣ ବିକାଶରେ ଲୁଣ ଆବଶ୍ୟକ ହେଲେ ଏହାକୁ ସୀମିତ ମାତ୍ରାରେ ଖାଇବା ଆବଶ୍ୟକ। ଗର୍ଭବତୀ ମହିଳାଙ୍କୁ ପ୍ରତିସିନ ଜଣେ ସୀମିତ ମାତ୍ରାରେ ଲୁଣ ଖାଇବା ଆବଶ୍ୟକ। ଗର୍ଭବତୀ ମହିଳାଙ୍କୁ ପ୍ରତିଦିନ ୩.୮ ଗ୍ରାମ ଲୁଣ ଖାଇବା ଆବଶ୍ୟକ। ୧ଦିନରେ ୫.୮ ଗ୍ରାମରୁ ଅଧିକ ଲୁଣ ଖାଆନ୍ତୁ, ଏଥିରେ ଅନେକ ପ୍ରକାର ବିପଦ ଆସିପାରେ।

ଗର୍ଭାବସ୍ଥା ସମୟରେ ଅଧିକ ଲୁଣ ଖାଇବା ଦ୍ୱାରା ପ୍ରିକ୍ଲେମ୍ପସିୟା, ଗର୍ଭପାତ ଏବଂ ଗର୍ଭାବସ୍ଥାର ପ୍ରତିକୂଳ ପରିଣାମ ଭଳି ଜଟିଳସ୍ଥିତିର କଷ୍ଟ ବଢିଯାଏ। କାରଣ ଲୁଣ ଶରୀରରେ ପାଣିକୁ ରଖିଥାଏ। ଯେଉଁଥିରେ ହାଇ ବିପି ଏବଂ ଚିନ୍ତା ବଢିପାରେ। ପ୍ରିକ୍ଲେମ୍ପସିୟାର କାରଣରୁ ସମୟ ପୂର୍ବରୁ ପ୍ରସବ, କମ ଓଜନର ପିଲା ଜନ୍ମ ହୋଇଥାଏ ଏବଂ ଶ୍ୱାସ ସମ୍ବନ୍ଧୀୟ ଅସୁବିଧା ହୋଇପାରେ। ଏନଏଚଏସ ପରାମର୍ଶ ଅନୁଯାୟୀ, ଗର୍ଭବତୀ ମହିଳାଙ୍କୁ ପ୍ରତିଦିନ ୬ଗ୍ରାମ ଲୁଣ ମଧ୍ୟରେ ସୀମିତ ରଖିବା ଆବଶ୍ୟକ।