fbpx

ନିର୍ବାଚନ କମିଶନଙ୍କ ପ୍ରେସମିଟ୍ ଆଜି: ଘୋଷଣା ହେବ ନିର୍ବାଚନ ତାରିଖ

ନୂଆଦିଲ୍ଲୀ, ୨୬ା୨: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବ । ଆଜି ଅପରାହ୍ଣ ୪ଟା ୩୦ ମିନିଟରେ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ ଅନୁଷ୍ଠିତ ହେବ । ପ୍ରେସମିଟରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ ନିର୍ବାଚନ ତାରିଖ କାର୍ଯ୍ୟସୂଚୀ ଚୂଡ଼ାନ୍ତ ନେଇ ନିର୍ବାଚନ ଆୟୋଗଙ୍କ ବୈଠକ ବସିଥିଲା । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ମାସ ଆରମ୍ଭ ସୁଦ୍ଧା ନିର୍ବାଚନ ତାରିଖ ଚୂଡ଼ାନ୍ତ କରିବାକୁ ସୂଚନା ଦେଇଥିଲେ । ୪ଟି ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ, ଆସାମ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀ ରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ । ଆସନ୍ତା ଏପ୍ରିଲ-ମେ ମାସରେ ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାର ଅନୁମାନ କରାଯାଉଛି । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ନେତୃତ୍ୱରେ ଇସିର ଟିମ୍ ସମସ୍ତ ରାଜ୍ୟ ଗସ୍ତ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.