fbpx

ଇକୋ ରିଟ୍ରିଟର ୫ମ ସଂସ୍କରଣ: ଆଉ ୪ଟି ଜିଲ୍ଲାରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇକୋ ରିଟ୍ରିଟ ସଂସ୍କରଣରେ ଯୋଡ଼ି ହୋଇଛି ୫ମ ଅଧ୍ୟାୟ । ଆଜି ୨୦୨୩-୨୪ ବର୍ଷ ପାଇଁ ଇକୋ ରିଟ୍ରିଟର ୫ମ ଏଡିଶନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ସ୍ଥିତ ପୁଟସିଲ, ଦାରିଙ୍ଗବାଡ଼ି, ସାତକୋଶିଆ ଏବଂ ହୀରାକୁଦ ଠାରେ ଏହାର ଶୁଭାରମ୍ଭ ହୋଇଛି ।

ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ମନୋରମ ଦୃଶ୍ୟ ସହ ଆରାମଦାୟକ ରହିବା ବ୍ୟବସ୍ଥା ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଆୟୋଜିତ ଏକ ସଭାରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି । ଏହି ସଭାରେ ଉକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ, ବିଧାୟକ, ଏସପି, ସିଡିଓ, ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି ତଥା ପର୍ଯ୍ୟଟନ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

୨୦୧୯ରେ ରାମଚଣ୍ଡୀ ଇକୋ ରିଟ୍ରିଟର ସଫଳତା ଲାଭ କରିଥିଲା । ତେବେ ୨୦୨୦ରେ ବାଲିପୁଟ, ଭିତରକନିକା, ଦାରିଙ୍ଗବାଡ଼ି ଓ ହୀରାକୁଦରେ ଏହାର ଆରମ୍ଭ ହେବା ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପରେ ଏଥିରେ କୋରାପୁଟର ପୁଟସିଲକୁ ଯୋଗ କରାଯାଇଥିଲା।

ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ଦ୍ୱାରା ପର୍ଯ୍ୟଟକମାନଙ୍କ ପାଇଁ ଆରମ୍ଭ ଇକୋ ରିଟ୍ରିଟ ୨୦୧୯ ମସିହାରେ ଆରମ୍ଭ କରାଯାଇଥିଲା । ତେବେ ଏହା ପର୍ଯ୍ୟଟକମାନଙ୍କୁ ଆରାମଦାୟକ ରହଣି ବ୍ୟବସ୍ଥା ଯୋଗାଇ ଦେଇଥାଏ । ଏହା ସହ ପରିବେଶ ପ୍ରତି ସଚେତନତା ସହ ଶୂନ୍ୟ ବର୍ଜ୍ୟବସ୍ତୁ ନିଷ୍କାସନ(zero-waste discharge) ଉପରେ ଧ୍ୟାନ ଦେଇଥାଏ।

Get real time updates directly on you device, subscribe now.