ଶ୍ରୀକ୍ଷେତ୍ର ଯିବାରେ ହେବନି ଅସୁବିଧା! ରଥଯାତ୍ରା ପାଇଁ ଲଞ୍ଚ ହେଲା ‘ECoR Yatra’ App

ଭୁବନେଶ୍ୱର: ପୂର୍ବତଟ୍ଟ ରେଳବାଇ ପକ୍ଷରୁ ଆଜି ଲଞ୍ଚ ହେଲା ଇକୋର୍ ଯାତ୍ରା ଆପ୍ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଏହି ଆପ୍ ଲଞ୍ଚ କରାଯାଇଛି ।

ରଥଯାତ୍ରାରେ ଆସିବାକୁ ଥିବା ଭକ୍ତଙ୍କୁ ଟ୍ରେନର ସଠିକ୍ ଟାଇମିଂ ଦର୍ଶାଇବା ପାଇଁ ଏହି ଆପ୍ ସାହାଯ୍ୟ କରିବ । ବର୍ତ୍ତମାନ ଏହି ଆପ୍ ଗୁଗଲ ପ୍ଲେ’ ଷ୍ଟୋରରେ ଉପଲବ୍ଧ ଅଛି ।

ଟ୍ରେନରେ ଟିକଟ ବୁକିଂ, ଯାତ୍ରାର ମ୍ୟାପ୍ ଏବଂ ଟ୍ରେନ୍ ସିଡ୍ୟୁଲ ନେଇ ସମସ୍ତ ତଥ୍ୟ ଯାତ୍ରୀମାନେ ଏ ଆପରୁ ପାଇପାରିବେ । ଏକାଧିକ ଭାଷାରେ ଏହି ଆପକୁ ବ୍ୟବହାର କରିବାର ଅପସନ ରହିଛି । ଦେଶର ଯେକୌଣସି ସ୍ଥାନରେ ରହି ଏହି ଆପ୍ ବ୍ୟବହାର କରାଯାଇ ପାରିବ ।

ବିଶେଷ କରି ରଥ ଯାତ୍ରା ସମୟରେ ପୁରୀ ଯାଉଥିବା ସ୍ପେସାଲ ଟ୍ରେନ୍ ଗୁଡ଼ିକର ସମୟ ମଧ୍ୟ ଏହି ଆପରୁ ଜଣାପଡ଼ିବ । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଆପ୍ ଲଞ୍ଚ କରାଯାଇଛି ।