fbpx

ମନି ଲଣ୍ଡରିଂ ମାମଲା: ଇଡି ଦ୍ୱାରା ଗିରଫ ହେଲେ ନୱାବ ମଲିକ୍, ଦାଉଦ ସହିତ ରହିଛି ଲିଙ୍କ

ନୂଆଦିଲ୍ଳୀ: ଏନସିପି ନେତା ନୱାବ ମଲିକ ଗିରଫ । ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୱାବ ମଲିକଙ୍କୁ ଗିରଫ କରାଯାଇଛି । ଅର୍ଥ ହେରଫେର ଅଭିଯୋଗରେ ମଲିକଙ୍କୁ ପଚରା ଉଚୁରା କରାଯିବା ପରେ ବୁଧବାର ଇଡି ଗିରଫ କରିଛି । ବୁଧବାର ସକାଳ ୮ଟାରୁ ଇଡି ମଲିକଙ୍କୁ ପଚରା ଉଚୁରା କରୁଥିଲା । ଏହା ସହିତ ମଲିକ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ସହିତ ସମ୍ପର୍କ ରଖିଥିବା ଜଣାପଡିଛି । କେବଳ ଦାଉଦ ନୁହେଁ ତାର ସାନ ଭାଇ ଅନୀଶ ଇକବାଲ ଏବଂ ଛୋଟା ସକିଲ ସହିତ ମଲିକଙ୍କ ସମ୍ପର୍କ ଥିବା କୁହାଯାଉଛି ।

ନିକଟରେ ଏନଆଇଏ ପକ୍ଷରୁ ଦାଉଦକୁ ନେଇ ରେଡ ଆଲର୍ଟ ପ୍ରକାଶ କରିବା ପରେ ଏହି ଯାଞ୍ଚ ଆରମ୍ଭ କରାଯାଇଥିଲା । ଇବ୍ରାହିମ ସର୍ଦ୍ଦାର ସାହଭିଲ ଖାନ୍ ଏବଂ ହସିନା ପାର୍କରର ବଡିଗାର୍ଡ ସଲିମ ପଟେଲ ସହିତ ଏହି ଚୁକ୍ତି ହୋଇଥିବା ଜଣାପଡିଛି । ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନବିସ ୩୦ ଲକ୍ଷ ଟଙ୍କାର କାରବାର ସମ୍ପର୍କରେ ଅଭିଯୋଗ ଆଣିଥିଲେ ।

Get real time updates directly on you device, subscribe now.