fbpx

ମନି ଲଣ୍ଡ୍ରିଂ ମାମଲା: ହିରୋ କମ୍ପାନୀର ଚେୟାରମ୍ୟାନଙ୍କ ଘରେ ଇଡିର ଚଢାଉ

Advertisement

ନୂଆଦିଲ୍ଲୀ: Hero Motocorpର କାର୍ଯ୍ୟକାରୀ ଅଧ୍ୟକ୍ଷ ପବନ ମୁଞ୍ଜାଲଙ୍କ ଘରେ ଇଡି ଚଢାଉ କରିଛି । ଇଡି ପବନ ମୁଞ୍ଜାଲଙ୍କ ଘର ସମେତ ଅଫିସ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଜାରି ରଖିଛି । ଏହା ମନି ଲଣ୍ଡ୍ରିଂ ମାମଲାକୁ ନେଇ ଚଢାଉ ଚାଲିଥିବା କଥା ସାମ୍ନାକୁ ଆସିଛି । ଏହି ଚଢାଉ ମନି ଲଣ୍ଡ୍ରିଂ ନିୟମାବଳୀ ଅନୁଯାୟୀ ହେଉଛି ।

ସୂଚନା ଅନୁଯାୟୀ, Hero Motocorpର ଅଧ୍ୟକ୍ଷ ଏବଂ ସିଇଓଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଛି । ଡିପାର୍ଟମେଣ୍ଟ ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସ ମାମଲାର ସୂଚନା ମିଳିବା ପରେ ଇଡି ଏହି ଚଢାଉ ଜାରି ରଖିଛି । ଡିଆରଆଇ ପବନ ମଞ୍ଜୁଲଙ୍କ ସଂପର୍କୀୟଙ୍କୁ ମଧ୍ୟ ଏୟାରପୋର୍ଟରେ ଅଘୋଷିତ ବିଦେଶୀ ମୁଦ୍ରା ସହ ଧରିଥିଲା । ଏହି ଚଢାଉ ପରେ Hero Motocorpର ସେୟାର ତଳକୁ ଖସିଥିବା ଜଣାପଡିଛି । କମ୍ପାନୀର ସେୟାର ମଙ୍ଗଳବାର ଦିନ ୪.୨୬ ପ୍ରତିଶତ ବା ୧୩୬.୪୫ ଟଙ୍କା ହ୍ରାସ ସହିତ ୩୦୬୭.୧୦ ଟଙ୍କାରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି ।

ଇଡି ଜୁନ ମାସରେ ନିଜର ଏକ ରିପୋର୍ଟରେ କହିଥିଲା ଯେ, କର୍ପୋରେଟ ମାମଲାରେ ମନ୍ତ୍ରଣାଳୟ କର୍ପୋରେଟ ଶାସନ ପ୍ରସଙ୍ଗରେ Hero Motocorp ବିରୋଧରେ ଯାଞ୍ଚ ଆଦେଶ ଦେଇଥିଲା । ଜୁନର ଏକ ସୋର୍ସ ଇଡିକୁ କହିଛନ୍ତି ଯେ, Hero Motocorp ଉପରେ ନକଲି କମ୍ପାନୀ ଚଲାଇବାର ଅଭିଯୋଗ ଅଛି । ରେଜିଷ୍ଟାର ଅଫ କମ୍ପନିଜ ଏକ ତଦନ୍ତରେ ମଧ୍ୟ ଜଣାପଡିଛି ଯେ, କମ୍ପାନୀ ଏବଂ ଏଥିରେ ଜଡିତ ଥିବା ସମସ୍ୟାର ମଧ୍ୟ ତଦନ୍ତ ହେବା ନିହାତି ଆବଶ୍ୟକ ।

Get real time updates directly on you device, subscribe now.