fbpx

୨୦ କୋଟି ଟଙ୍କା ହେରଫେର୍ ମାମଲାରେ ଆଜାରୁଦ୍ଦିନଙ୍କୁ ଇଡି ନୋଟିସ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ମହମ୍ମଦ ଆଜାରୁଦ୍ଦିନଙ୍କ ବଢ଼ିଲା ଅଡ଼ୁଆ । ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ତରଫରୁ ତାଙ୍କୁ ନୋଟିସ୍ ଜାରି କରାଯାଇଛି । ତାଙ୍କ ନାଁରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଟଙ୍କା ହେରଫେର କରିଥିବା ଅଭିଯୋଗ ରହିଛି ।

ସୂତ୍ରରୁ ପ୍ରକାଶ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଆର୍ଥିକ ଅନିୟମିତତା ନେଇ ତେଲେଙ୍ଗାନାର ୯ଟି ସ୍ଥାନରେ ଇଡି ଚଢ଼ାଉ କରିଥିଲା । ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରାଯାଇଥିବା ଜଣାପଡ଼ିଛି । ହାଇଦ୍ରାବାଦର ଉପ୍ପଲ କ୍ରିକେଟ ଷ୍ଟାଡିୟମ ପାଇଁ ଡିଜେଲ ଜେନେରେଟର, ଅଗ୍ନିଶମ ସିଷ୍ଟମ ଏବଂ ଛତା କିଣିବା ପାଇଁ ଆବଣ୍ଟିତ ହୋଇଥିବା ୨୦ କୋଟି ଟଙ୍କା ସହ ଏହି ମାମଲା ଜଡ଼ିତ ।

Get real time updates directly on you device, subscribe now.