fbpx

ଲୋକଙ୍କୁ ମହଙ୍ଗା ମାଡ଼, ଖୁବଶୀଘ୍ର ବଢ଼ିଯିବ ଖାଇବା ତେଲ ଦର ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଲୋକଙ୍କୁ ମହଙ୍ଗା ମାଡ଼ । ଆଗାମୀ ଦିନରେ ଦେଶର ଖାଇବା ତେଲ ମହଙ୍ଗା ହେବ। ପାମୋଲିନ୍‌, ଅଲିଭ୍‌, ସୂର୍ଯ୍ୟମୁଖୀ ଓ ସୋରିଷ ଆଦି ତେଲର ଆମଦାନୀ ଉପରେ କେନ୍ଦ୍ର ସରକାର ଶୁଳ୍କ ବୃଦ୍ଧି କରିପାରନ୍ତି। ଭାରତରେ ଚାଷୀମାନେ ତୈଳବୀଜଗୁଡ଼ିକର ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇପାରନ୍ତି କୁହାଯାଉଛି। ଯଦି ଏହା ହୁଏ ତେବେ ଘରୋଇ ବଜାରରେ ଖାଇବା ତେଲର ମୂଲ୍ୟ ଢ଼େର ବଢ଼ିଯିବ।

ରିପୋର୍ଟ ଅନୁସାରେ ଆସନ୍ତା ସପ୍ତାହରେ ବିଦେଶରୁ ଆସୁଥିବା ଖାଇବା ତେଲ ଉପରେ ଶୁଳ୍କ ବୃଦ୍ଧି ନେଇ ଘୋଷଣା କରାଯାଇପାରେ। ଏହି ପଦକ୍ଷେପ ଯୋଗୁ ଘରୋଇ ବଜାରକୁ ପାମୋଲିନ୍‌, ସୋୟାବିନ୍‌ ଓ ସୂର୍ଯ୍ୟମୁଖୀ ତେଲ ଆମଦାନୀ ହ୍ରାସ ପାଇବ। ଏ ନେଇ ମନ୍ତ୍ରଣାଳୟ ଆଡୁ ପ୍ରସ୍ତାବ ଦିଆଯାଇସରିଛି। ହେଲେ ଶେଷ ନିଷ୍ପତ୍ତି ରାଜସ୍ମ ବିଭାଗ ନେବ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ୨୦୨୨ରେ ଭାରତ ଖୁଚୁରା ବଜାରରେ ତେଲ ଦାମ୍‌ କମ୍ କରିବାକୁ ଏହାର ମୂଳ ଆମଦାନୀ ଶୁଳ୍କ ସମାପ୍ତ କରିଥିଲା।

ଏଠାରେ ସୂଚନାଯୋଗ୍ୟ ଯେ, ଭାରତ ଆମଦାନୀ ଜରିଆରେ ଦେଶରେ ୭୦ ପ୍ରତିଶତ ଖାଇବା ତେଲର ଚାହିଦା ପୂରଣ କରିଥାଏ। ଜୁଲାଇରେ ଖାଇବା ତେଲର ଆମଦାନୀ ୨୨.୨ ପ୍ରତିଶତ ବୃଦ୍ଧି ହୋଇ ୧.୯ ନିୟୁତ ମେଟ୍ରିକ ଟନ୍ ହୋଇଥିଲା। ଭାରତ ମୁଖ୍ୟତଃ ଇଣ୍ଡୋନେସିଆ, ମାଲେସିଆ, ଏବଂ ଥାଇଲାଣ୍ଡରୁ ପାମୋଲିନ୍‌ ତେଲ ଆମଦାନୀ କରିଥାଏ। ସେହିପରି ଆର୍ଜେଣ୍ଟିନା, ବ୍ରାଜିଲ, ଋଷ ଓ ୟୁକ୍ରେନ୍ ସୋୟାବିନ ତେଲ ଆମଦାନୀ ହୋଇଥାଏ।

Get real time updates directly on you device, subscribe now.