fbpx

ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇବ ବିଜେପି; ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଏହି ଅବସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପ୍ରସଙ୍ଗକୁ ଗାଁ ଗାଁରେ ବିଜେପି ପହଞ୍ଚାଇବ ବୋଲି ଏହି ପରିପ୍ରେକ୍ଷୀରେ ଧମେନ୍ଦ୍ର କହିଛନ୍ତି । ସେହିପରି ଓଡ଼ିଶାର ୫୦ ହଜାର ଗାଁରେ ଛୋଟ ଛୋଟ ସଭା କରି କ୍ୟାମ୍ପେନ ମୁଡରେ ପ୍ରଚାର କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଆହ୍ଵାନ ରଖିଛନ୍ତି ।

ସେପ୍ଟେମ୍ବର ୧୯,୨୦, ୨୧ । ଗଣେଶ ପୂଜା ଦେଶ ଏବଂ ପୃଥିବୀ ପାଇଁ ସ୍ୱର୍ଣ୍ଣ ଅକ୍ଷରରେ ଲେଖା ହୋଇ ରହିବ । ଲୋକସଭା, ରାଜ୍ୟସଭା, ଏବଂ କେନ୍ଦ୍ରୀୟ କକ୍ଷର ନୂଆ ନାମ ଦିଆଗଲା । ଲୋକସଭାରେ ପ୍ରଥମ ଦିନ, ପ୍ରଥମ ଆଇନ ଭାବେ ମହିଳା ସଂରକ୍ଷଣ ବିଲକୁ ମୋଦି ସରକାର ଉପସ୍ଥାପିତ କରିଛନ୍ତି । ସମସ୍ତଙ୍କ ଦୃଷ୍ଟିକୋଣ ଅଲଗା ହୋଇଥାଇପାରେ । କିନ୍ତୁ ସବୁ ଦଳ ମତ ନିର୍ବିଶେଷରେ ସମର୍ଥନ କଲେ । ମାଆ ମାନଙ୍କୁ ସମ୍ମାନ ଦେବା ପାଇଁ ପଡିବ ହିଁ ପଡ଼ିବ । ରାଜ୍ୟସଭାରେ ମଧ୍ୟ ସବୁ ବାଧାବିଘ୍ନ ସତ୍ତ୍ୱେ ୨୧୫ ସଭ୍ୟ ସମର୍ଥନ କରିଥିଲେ । ଶେଷରେ ଏହି ବିଲ୍ ଆଜି ପାରିତ ହୋଇଛି ।

ଏହା ସହ ଧର୍ମେନ୍ଦ୍ର କହିଛନ୍ତି, ବର୍ତ୍ତମାନ ଲୋକସଭାରେ ୮୧ ଜଣ ମହିଳା ସାଂସଦ ଅଛନ୍ତି । ହେଲେ ଏହି ସଂରକ୍ଷଣ ଆଇନ ଲାଗୁ ହେଲେ ତାହା ୧୮୨ ହେବ । ସେହିପରି ଓଡ଼ିଶା ବିଧାନସଭାରେ ୧୮ ଜଣ ବିଧାୟିକା ଅଛନ୍ତି । ଆଇନ ଲାଗୁ ହେବା ପରେ ତାହା ୫୦କୁ ବୃଦ୍ଧି ପାଇବ। ଏହି ବିଲ ପାରିତ ହେବାକୁ ନେଇ କେନ୍ଦ୍ରୀୟ ବିଜେପି କାର୍ଯ୍ୟାଳୟରେ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା । ହେଲେ ଆଜି କେବଳ ଦୁଇଟି ଶବ୍ଦ କହିବୁ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ।

Get real time updates directly on you device, subscribe now.