ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ, ଜାଣନ୍ତୁ କ’ଣ ରହିଛି ମନ୍ତ୍ରୀଙ୍କ ନିର୍ଦ୍ଦେଶ

ପୁରୀ, ୧୩ା୩ (ଓଡିଶା ଭାସ୍କର): ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଅଚାନକ ପୁରୀ ଜିଲ୍ଲା ଗସ୍ତରେ ଯାଇଛନ୍ତି । ଏହି ଅବସରରେ ମନ୍ତ୍ରୀ ଶିକ୍ଷାଦାନ ପ୍ରସଙ୍ଗରେ ପିଲାଙ୍କ ସହିତ ଆଲୋଚନା କରିଥିଲେ । ଏଥିସହ ଅଭ୍ୟାସ ବୋର୍ଡ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏତଦବ୍ୟତୀତ ସ୍କୁଲରେ ବିଏସଇ ପ୍ୟାଟର୍ଣ୍ଣ ପରୀକ୍ଷା ହୋଇ ନଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିପାଇଁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ପାଇଁ ଡିଇଓଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସ୍କୁଲରେ ବିଏସଇ ପ୍ୟାଟର୍ଣ୍ଣ ପରୀକ୍ଷା ହୋଇନି, ମାର୍ଚ୍ଚ ମାସରେ ଶେଷ କରାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥର ମାଟ୍ରିକ୍ ପରୀକ୍ଷା ପଦ୍ଧତି ବଦଳି ଥିବାରୁ ଅଭ୍ୟାସ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ବିନା ଅନୁମତିରେ ପୁରୀ ଜିଲ୍ଲା ସ୍କୁଲରେ ଅନୁପସ୍ଥିତ ୩ ଶିକ୍ଷକଙ୍କ ଦିନକର ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.