fbpx

କାହାର ଶିକ୍ଷାଗତ ଯୋଗ୍ୟତା କେତେ: ନେହରୁଙ୍କ ଠାରୁ ମୋଦୀଙ୍କ ପର୍ଯ୍ୟନ୍ତ କେଉଁ ପ୍ରଧାନମନ୍ତ୍ରୀ କେତେ ପାଠ ପଢ଼ିଛନ୍ତି

ନୂଆଦିଲ୍ଲୀ: ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଭାରତୀୟ ରାଜନୀତିରେ ବଡ଼ଧରଣର ଚର୍ଚ୍ଚା ହୋଇଥାଏ । ତେବେ ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମଧ୍ୟ ଅନୁରୂପ ଭାବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ପ୍ରଧାନମନ୍ତ୍ରୀ କମ୍ ପାଠ ପଢ଼ିଥିବାରୁ ସେ ବିରୋଧୀଙ୍କ ଉପରେ ଜାଣିଶୁଣି କେନ୍ଦ୍ରୀୟ ଏଜେନ୍ସିର ଦୁରୂପଯୋଗ କରୁଥିବା ଆମ୍ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ । ତା’ ପୂର୍ବରୁ ମୋଦୀଙ୍କ ଚା’ ବିକାଳି ବୋଲି କହି ମଧ୍ୟ ବିରୋଧୀ କଂଗ୍ରେସ ସମାଲୋଚନା କରିଥିଲା ।

ତେବେ ଗଣତନ୍ତ୍ରରେ ଜନତା ଯାହାକୁ ନେତା ଭାବେ ବାଛିବେ, ସେ ହିଁ ଦେଶକୁ ଶାସନ କରିବ ଏହା ଆମ ସମ୍ବିଧାନରେ ଉଲ୍ଲେଖ ରହିଛି । ଜଣେ କମ୍ ପାଠ ପଢ଼ୁ ବା ଅଧିକ ପଢ଼ୁ ଜନତାଙ୍କ ନିଷ୍ପତ୍ତି ହିଁ ଅନ୍ତିମ ନିଷ୍ପତ୍ତି । ତେଣୁ ଏହି ଅବସରରେ ଭାରତ ସ୍ୱାଧୀନତା ଲାଭ କରିବା ପରଠାରୁ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ଆବଶ୍ୟକ । ୧୯୪୭ ମସିହା ଠାରୁ ଆରମ୍ଭ କରି ୨୦୨୩ ପର୍ଯ୍ୟନ୍ତ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଆସନ୍ତୁ ନଜର ପକାଇବା ।

ପଣ୍ଡିତ ଜବାହରଲାଲ ନେହରୁ: ସେ ୟୁକେର ହାରୋରୁ ଶିକ୍ଷାଲାଭ କରିବା ସହ ଟ୍ରିନିଟି କଲେଜରୁ ପ୍ରାକୃତିକ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ ।

ଲାଲବାହାଦୁର ଶାସ୍ତ୍ରୀ: ସେ କାଶୀ ବିଦ୍ୟାପୀଠରୁ ସଂସ୍କୃତରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିଲେ ।

ଇନ୍ଦିରା ଗାନ୍ଧି: ସେ ବିଶ୍ୱ ଭାରତୀରେ ଶିକ୍ଷାଲାଭ କରିବା ସହିତ ସୋମେରଭିଲେ କଲେଜରେ ଇତିହାସ ଅଧ୍ୟୟନ କରିଥିଲେ ।

ମୋରାରଜୀ ଦେଶାଈ: ସେ ବମ୍ବେ ୟୁନିଭରସିଟିରେ ଶିକ୍ଷା ଲାଭ କରିବା ସହିତ ସେ ସମୟର ବମ୍ବେ ପ୍ରୋଭିନ୍ସର ୱିଲସନ ସିଭିଲ ସର୍ଭିସରୁ ଗ୍ରାଜୁଏଟ ଲାଭ କରିଥିଲେ ।

ଚରଣ ସିଂହ: ସେ ଆଗ୍ରା କଲେଜରୁ ବି.ଏସସି ଓ ଇତିହାସରେ ଏମଏ କରିବା ସହ ଆଇନ୍ ଟ୍ରେନିଂ ନେଇଥିଲେ ।

ରାଜୀବ ଗାନ୍ଧି: ସେ ୟୁକେର କେମ୍ବ୍ରିଜ ୟୁନିଭରସିଟିରୁ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରିଥିଲେ ।

ବିଶ୍ୱନାଥ ପ୍ରତାପ ସିଂହ: ସେ ଆହ୍ଲାବାଦ ୟୁନିଭରସିଟିରୁ ଲ’ ଡିଗ୍ରୀ ହାସଲ କରିବା ସହ ଫିଜିକ୍ସରେ ବି.ଏସସି. ଡିଗ୍ରୀ ହାସଲ କରିଥିଲେ ।

ଚନ୍ଦ୍ର ଶେଖର: ସେ ଆହ୍ଲାବାଦ ୟୁନିଭରସିଟିରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।

ପି.ଭି. ନରସିଂହ ରାଓ: ସେ ବମ୍ବେ ୟୁନିଭରସିଟିରୁ ଆଇନ ଏବଂ ଓସମାନିଆ ୟୁନିଭରସିଟିରୁ ବି.ଏ ଶିକ୍ଷାଲାଭ କରିଥିଲେ ।

ଅଟଳ ବିହାରୀ ବାଜପେୟୀ: ସେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ.ଏ କରିଥିଲେ ।

ଏଚ.ଡି. ଦେବେ ଗୌଡ଼ା: ସେ ହାସନ ପଲିଟେକନିକରୁ ସିଭିଲ ଇଞ୍ଜିନିୟରିଂ ଡିପ୍ଲୋମା ପାସ୍ କରିଥିଲେ ।

ଇନ୍ଦ୍ରକୁମାର ଗୁଜରାଲ: ସେ ପିଏଚ.ଡି ଓ ଡି.ଲିଟ ସମାପ୍ତ କରିବା ସହିତ ବି.କମ୍ ଓ ଏମ.ଏ କରିଥିଲେ ।

ମନମୋହନ ସିଂହ: ସେ ଅକ୍ସଫୋର୍ଡରୁ ଡି.ଫିଲ ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଏମ.ଏ ପାସ୍ କରିଥିଲେ ।

ନରେନ୍ଦ୍ର ମୋଦୀ: ସେ ଦିଲ୍ଲୀ ୟୁନିଭରସିଟିରୁ ରାଜନୀତି ବିଜ୍ଞାନରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିଲେ ।

Get real time updates directly on you device, subscribe now.