fbpx

ଚୀନ ସୀମାକୁ ସଂଯୋଗ କରୁଥିବା ଚାରିଟି ସେତୁକୁ ଆଜି ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଲଦାଖକୁ ତିନି ଦିନିଆ ଗସ୍ତରେ ଯାଇଥିଲେ । ଗତକାଲି ସେଠାରେ ପହଞ୍ଚି ଜମ୍ମୁ-କଶ୍ମୀରରେ ହୋଇଥିବା ବିସ୍ଫୋରଣ ଏବଂ ଚୀନର ଗତିବିଧି ସମ୍ପର୍କରେ ଆଳେଶଚନା କରିଥିଲେ । ତେବେ ଆଜି ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚୀନ୍ ସୀମାକୁ ସଂଯୋଗ କରୁଥିବା ରାସ୍ତାରେ ନୂତନ ନିର୍ମାଣ ହୋଇଥିବା ଚାରିଟି ସେତୁକୁ ଉଦଘାଟନ କରିବେ । ଏଥିମଧ୍ୟରେ ଗୋଟିଏ ସ୍ପାନ୍ ବ୍ରିଜ୍ ଏବଂ ତିନୋଟି ବେଲି ବ୍ରିଜ୍ ଅନ୍ତର୍ଭୁକ୍ତ ରହିଛି । ସାମରିକ ଦୃଷ୍ଟିରୁ ମହତ୍ତ୍ୱପୁର୍ଣ୍ଣ ଏହି ବ୍ରିଜ୍ ଚୀନ ସୀମାରେ ପହଞ୍ଚିବା ସହଜ କରିବା ସହ ସୀମାନ୍ତର ଲୋକମାନଙ୍କୁ ଯାତାୟାତରେ ସୁବିଧା ମିଳିବ ।

ବିଆରଓର ଡାଇମଣ୍ଡ ପ୍ରକଳ୍ପର ମୁଖ୍ୟ ଇଞ୍ଜିନିୟର୍ ଏମଏନବି ପ୍ରସାଦ କହିଛନ୍ତି ଯେ, ଜୈଲୋଜୀବୀ-ମୁନସ୍ୟାରୀ ସଡକ ଉପରେ ତିଆରି ହେଉଥିବା ଜୈନାଲୀଗାଡରେ ୬.୫ କୋଟି ଟଙ୍କା ବ୍ୟୟରେ ୭୦ ମିଟର୍ ଲମ୍ବା ସ୍ପାନ୍ ସେତୁ ନିର୍ମାଣ କରାଯାଇଛି । ସେହିପରି ତୱାଘାଟ-ଘଟିଆଗଡ ରାସ୍ତାରେ ଜୁନ୍ତିଗଡରେ ୧୪୦ ଫୁଟ୍ ର ଟ୍ରିପଲ୍ ସିଙ୍ଗଲ ରିଙ୍ଗସ୍ଫୋର୍ଡ ବେଲି ବ୍ରିଜ୍, ଜୈଲୋଜୀବୀ-ମୁନସ୍ୟାରୀ ସଡକ ଉପରେ କିରକୁଟିଆ ନାଲା ଉପରେ ୧୮୦ ଫୁଟ୍ ର ଡବଲ୍-ଡବଲ୍ ରିଙ୍ଗସ୍ଫୋର୍ଡ ବେଲି ବ୍ରିଜ୍ ଏବଂ ମୁନସ୍ୟାରୀ ବୋଗଡିୟର୍-ମିଲମ୍ ମୋଟର୍ ମାର୍ଗ ଉପରେ ଲାସ୍ପା ଉପରେ େ୧୪୦ ଫୁଟ୍ ର ଡବଲ୍-ଡବଲ୍ ରିଙ୍ଗସ୍ଫୋର୍ଡ ବେଲି ବ୍ରିଜ୍ ନିର୍ମାଣ କରାଯାଇଛି । ଏହି ସବୁାର ଉଦଘାଟନ୍ ଆଜି ପ୍ରତିରକ୍ଷା ମନ୍ତ୍ରୀ ଭର୍ଚୁଆଲରେ କରିବେ ।

ତେବେ ଏହି ସବୁ ସେତୁ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ଅନ୍ୟପଟେ ଗତକାଲି ଠାରୁ ପ୍ରତିରକ୍ଷା ମନ୍ତ୍ରୀ ଲଦାଖ ଗସ୍ତ କରି ଯବାନ ମାନଙ୍କୁ ଭେଟିଥିଲେ । ସେଠାରେ ଯବାନ ମାନଙ୍କୁ ଭେଟିବା ସହିତ ପୂର୍ବତନ ଯବାନ ମାନଙ୍କ ସହିତ କଥାବାର୍ତ୍ତା କରିଥିଲେ । ସୀମାରେ ଜାରି ରହିଥିବା ଦୁଇ ଦେଶ ମଧ୍ୟରେ ବିବାଦ ସମ୍ପର୍କରେ ଆଲୋଚନା କରିଥିଲେ । ଯବାନଙ୍କୁ ସମ୍ବୋଧନ କରି ସେ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Get real time updates directly on you device, subscribe now.