fbpx

ବନକର୍ମଚାରୀଙ୍କ ପ୍ରୟାସ; ଜଙ୍ଗଲକୁ ଫେରିଲେ ନଦୀପଠାରେ ବୁଲୁଥିବା ହାତୀପଲ

କଟକ: କଟକ ମହାନଦୀପଠାରେ ବୁଲୁଥିବା ୧୦ଟିକିଆ ହାତୀପଲ ଜଙ୍ଗଲକୁ ଫେରିଛନ୍ତି । ତେବେ ସେମାନେ ନୂଆପାଟଣା ଦେଇ ଆଠଗଡ ବଉଳ ଜଙ୍ଗଲକୁ ଫେରିଥିବା ଜଣାପଡିଛି । ରାତିସାରା ବନକର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ପ୍ରୟାସ ପରେ ଏହି ହାତୀପଲଙ୍କୁ ସେମାନେ ଜଙ୍ଗଲ ମୁହାଁ କରାଇଥିଲେ । ଶେଷରେ ହାତୀମାନେ ଜଙ୍ଗଲକୁ ଫେରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ୧୦ ଟିକିଆ ହାତୀପଲ ମହାନଦୀପଠାରେ ବୁଲୁଥିବା ସହ ନଦାପାର ହେଉତିଲେ । ଯାହାକୁ ସ୍ଥାନୀୟ ଲୋକେ ଦେଖି ତୁରନ୍ତ ବନବିଭାଗକୁ ସୂଚନା ଦେଇଥିଲେ । ଫଳରେ ଘଟଣାର ଖବର ପାଇ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଏହି ହାତୀପଲଙ୍କୁ ଜଙ୍ଗଲ ମୁହାଁ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ତେବେ ରାତିସାରା ପ୍ରୟାଶ କରିବା ପରେ ହାତୀପଲ ପୁଣି ଥରେ ଜଙ୍ଗଲମୁହାଁ ହେବା ସହ ଆଠଗଡ ବଉଳ ଜଙ୍ଗଲକୁ ଫେରିଛନ୍ତି । ଏହି ହାତୀପଲ ହାଡିଆପଠା ପର୍ଯ୍ୟନ୍ତ ଚାଲି ଯାଇଥିବାରୁ ସେଠାକାର ଲୋକମାନେ ଭୟବିତ ହୋଇ ଯାଇଥିଲେ । ତେବେ ଏହି ହାତୀମାନେ କାହାର କୌଣସି କ୍ଷୟ କ୍ଷତି କରିନଥିବା ବନବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.