fbpx

ଜମ୍ମୁ କଶ୍ମୀର ବିକାଶ ପାଇଁ ପ୍ରୟାସ ଜାରି ରହିବ: ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପ୍ରସଙ୍ଗରେ ଅଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଦଳର ରାଜନୈତିକ ଦଳର ନେତାମାନଙ୍କ ସହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଡକାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ହୋଇଥିଲା । ବୈଠକରେ ଜମ୍ମୁ କଶ୍ମୀରର ଚାରି ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଚାରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ ।

ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି କହିଛନ୍ତି ଜମ୍ମୁ କଶ୍ମୀରର ବିକାଶ ଏବଂ ପ୍ରଗତି ପାଇଁ ଜାରି ରହିଥିବା ପ୍ରୟାସ ଦିଗରେ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଫଳରେ ଜମ୍ମୁ ଓ କଶ୍ମୀରର ସାମଗ୍ରିକ ବିକାଶ ଆହୁରି ତ୍ୱରାନିତ୍ୱ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଜମ୍ମୁ କଶ୍ମୀରରେ ତୃଣମୂଳସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ଆମର ପ୍ରାଥମିକତା । ସୀମା ପୁନଃନିର୍ଦ୍ଧାରଣ ଦ୍ରୁତ ଗତିରେ ହେବା ଆବଶ୍ୟକ ଯାହାଫଳରେ ନିର୍ବାଚନ ଆୟୋଜନ କରାଯାଇପାରିବ ଏବଂ ଜମ୍ମୁ ଓ କଶ୍ମୀରକୁ ଏକ ନିର୍ବାଚିତ ସରକାର ମିଳିପାରିବ ଯାହାକି ଜମ୍ମୁ କଶ୍ମୀରର ବିକାଶଧାରାକୁ ସୁଦୃଢ଼ କରିବ ।

Get real time updates directly on you device, subscribe now.