fbpx

ସ୍କୁଲ ଯାଇ ଘରକୁ ଫେରିଲାନି ସନ୍ତାନ: ମାଡ଼ି ଆସିଲା କାଳ, ଅକାଳରେ ଝଡ଼ିଗଲା ୮ ଜଣ ନିରୀହ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: କଥାରେ ଅଛି ‘ବିଧିର ବିଧାନ କେ କରିବ ଆନ ।’ ଆଜି ମାଆ କାନ୍ଦୁଛି ତା’ ସନ୍ତାନ ପାଇଁ । ସନ୍ତାନ ଯାଇଥିଲା ସ୍କୁଲକୁ ପାଠ ପଢ଼ିବା ପାଇଁ । ମାତ୍ର ଆଉ ଘରକୁ ଫେରିଲାନି । ଏପରି ଜଣେ ନୁହେଁ, ୮ ଜଣ ସନ୍ତାନ ସବୁଦିନ ପାଇଁ ଦୁର୍ଘଟଣାରେ ଆଖି ବୁଜିଦେଇଛନ୍ତି । ଆଜି ୮ ଜଣ ପିତାମାତା ସେମାନଙ୍କର ସନ୍ତାନଙ୍କୁ ହରାଇ ଛାତି ଫଟାଇ କାନ୍ଦୁଛନ୍ତି ।

ସୂଚନା ମୁତାବକ, ଛତିଗଡ଼ର କାଙ୍କେର ଜିଲ୍ଲାରେ ଏପରି ଏକ ହୃଦୟ ବିଦାରକ ତଥା ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ସ୍କୁଲ ପିଲାଙ୍କୁ ନେଇ ଆସୁଥିବା ଏକ ଅଟୋ ସହ ଟ୍ରକର ଅଚାନକ ଧକ୍କା ହୋଇଥିଲା । ଫଳରେ ୮ ଜଣ ଶିଶୁଙ୍କ ଜୀବନର ଦୀପ ସବୁଦିନ ପାଇଁ ଲିଭିଯାଇଥିଲା । ତେବେ ଆଉ କିଛି ପିଲା ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଜିଲ୍ଲାର କୋରର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା । ତେବେ ଖବର ପାଇବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଛତିଶଗଡ଼ରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ଏବେ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି । ନିଜର ପ୍ରିୟ ସନ୍ତାନଙ୍କୁ ହରାଇ ପିତାମାତାଙ୍କ ହୃଦୟ ବିଦାରି ହୋଇ ପଡ଼ୁଥିବା ବେଳେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀମାନେ ମଧ୍ୟ ଲୁହର ସାଗରରେ ବୁଡ଼ି ଯାଇଛନ୍ତି । ସେମାନେ ଆଉ କେବେ ବି ଘରକୁ ଫେରିବେନି, ତଥାପି ସେମାନଙ୍କୁ ଜନ୍ମ ଦେଇଥିବା ପିତାମାତାଙ୍କ ଆକୁଳ ଚିତ୍କାରରେ ଚତୁର୍ଦ୍ଦିଗ ଫାଟି ପଡ଼ୁଛି । କିଏ ବୁଝାଇ ପାରିବ ତାଙ୍କୁ । କାରଣ ସେମାନେ ପରା ଜନ୍ମଦାତ୍ରୀ ।

Get real time updates directly on you device, subscribe now.