fbpx

ପ୍ରଥମ ଟେଷ୍ଟ: ଏଲଗାରଙ୍କ ଅର୍ଦ୍ଧଶତକ, ଅନ୍ତିମ ଦିନରେ ବିଜୟ ପାଇଁ ଭାରତକୁ ଆବଶ୍ୟକ ୬ ୱିକେଟ

ନୂଆଦିଲ୍ଲୀ: ରୋଚକ ସ୍ଥିତିରେ ରହିଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ । ଅନ୍ତିମ ଦିନରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୧୧ ରନ ଆବଶ୍ୟକ ରହିଥିବା ବେଳେ ଭାରତକୁ ଆବଶ୍ୟକ ୬ ୱିକେଟ । ୩୦୪ ରନର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଘରୋଇ ଦଳ ୪ ୱିକେଟ ହରାଇ ୯୪ରନ ସଂଗ୍ରହ କରିଛି । ତୃତୀୟ ଦିନରେ ଭାରତ ୧୭୪ ରନରେ ସମସ୍ତ ୱିକେଟ ହରାଇଥିଲା ।

ଜବାବରେ ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ଓଭରରେ ଝଟକା ଦେଇଥିଲେ ମହମ୍ମଦ ଶାମି । ଆଡେନ ମାର୍କରାମଙ୍କୁ ବୋଲ୍ଡ କରି ପ୍ରଥମ ସଫଳତା ଦେଇଥିଲେ ଶାମି । କିଗାନ ପିଟରସନ ସାମାନ୍ୟ ଧୈର୍ଯ୍ୟର ପରିଚୟ ଦେଇ ୧୭ ରନ କରିଥିବା ବେଳେ ପନ୍ତଙ୍କ ହାତରେ କ୍ୟାଚ କରିଥିଲେ ସିରାଜ । ଭାନ ଡେର ଦୁସେନ(୧୧) ଏବଂ ଅଧିନାୟକ ଡିନ ଏଲଗାର(୫୨)ଙ୍କ ମଧ୍ୟରେ ୪୦ ରନର ପାର୍ଟନରଶିପ୍ ହୋଇଥିବା ବେଳେ ଏହାକୁ ଭାଙ୍ଗିଥିଲେ ବୁମରା । ଷ୍ଟମ୍ପ ଅପସାରଣ ବେଳକୁ ଏଲଗାର ୧୨୦ ବଲ ଖେଳି ୫୨ ରନରେ ରନରେ ଖେଳୁଛନ୍ତି । ଭାରତ ପକ୍ଷରୁ ସିରାଜ, ବୁମରା ଓ ଶାମି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୩୪ ରନ କରିଥିଲେ । ବଲ ପିଛା ରନ ସଂଗ୍ରହ କରିଥିବା ପନ୍ତ ୬ଟି ଚୌକା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେ ଏଲ୍ ରାହୁଲ ୨୩ ରନର ଉପଯୋଗୀ ପାଳି ଖେଳିଥିଲେ । ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ଦ୍ରୁତ ୨୦ ରନ କରିଥିଲେ ରାହାଣେଙ୍କ ଇନିଂସରେ ୩ ଚୌକା ଓ ୧ ଛକା ସାମିଲ ଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂଜାରା(୧୬), କୋହଲି(୧୮) ଓ ଅଶ୍ୱିନ(୧୪) ରନର ଉପଯୋଗୀ ପାଳି ଖେଳିଥିଲେ । ସାଉଥ୍ ଆଫ୍ରିକା ପକ୍ଷରୁ ରବାଡା ଓ ମାର୍କୋ ଜାନସେନ୍ ପ୍ରତ୍ୟୋକ ୪ଟି ଲେଖାଏଁ ୱିକେଟ ନେଇଥିଲେ । ଏନଗିଡି ବାକି ଦୁଇଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.