ଟିଟିଲାଗଡ଼: ସାନ ଭାଇକୁ ମାରି ମାଟି ତଳେ ପୋତିଦେଲା ବଡ଼ ଭାଇ । ଟିଟିଲାଗଡ଼ ଥାନାରେ ବଡ଼ ଭାଇ କରିଛି ଆତ୍ମସମର୍ପଣ ।
ଉଭୟ ନାବାଳକ ହୋଇଥିବାବେଳେ ସେମାନଙ୍କ ବୟସ ୧୨ ଏବଂ ୧ ବର୍ଷ ବୋଲି ଜଣାପଡ଼ିଛି ।
୫/୬ ମାସ ଧରି ନିଖୋଜ ଅଛନ୍ତି ହାଟପଦା ପଡ଼ାର ନାବାଳକ । ବଡ଼ ଭାଇ ଉପରେ ପୋଳିସର ସନ୍ଦେହ ହେବା ପରେ ପଚରା ଉଚରା କରାଯାଇଥିଲା ।
ପରେ ବଡ଼ ଭାଇ ଭାଇର ହତ୍ୟା କରିଥିବା ସ୍ୱୀକାର କରି ଥାନାରେ ଆତ୍ମସମର୍ପଣ କରିଛି । ଭାଇର ନିଖୋଜ ନେଇ ମା’ ସହ ଅଭିଯୁକ୍ତ ଭେଇ ଯାଇଥିଲା ଥାନା ।
ପୋଲିସ ଘଟଣାର ତଦନ୍ତ ଚଳାଇଛି । ଭାଇକୁ ମାରି ପ୍ରଥମେ ଘର ପଛପଟେ ଏବଂ ପରବର୍ତ୍ତୀ ସମୟରେ ଅନ୍ୟତ୍ର ନେଇ ପୋତିଥିଲା ହତ୍ୟାକାରୀ ଭାଇ ।
ଅଭିଯୁକ୍ତ ଭାଇର ବୟାନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।