fbpx

୮୮ ବର୍ଷୀୟ ବ୍ୟକ୍ତି ଏକ ଫଳବାଲା ନାମରେ କରିଦେଲେ ୪ କୋଟି ସମ୍ପତ୍ତି, ସାମ୍ନାକୁ ଆସିଲା ଏହି ବଡ କାରଣ

Advertisement

ନୂଆଦିଲ୍ଲୀ: ଜଣେ ୮୮ ବର୍ଷୀୟ ବ୍ୟକ୍ତି ନିଜର ସମସ୍ତ ସଂପତ୍ତି ଫଳ ବିକୁଥିବା ଜଣେ ବ୍ୟକ୍ତିଙ୍କ ନାମରେ କରି ଦେଇଛନ୍ତି । ତାଙ୍କ ଫ୍ଲାଟର ମୂଲ୍ୟ ୩.୮୪କୋଟି ଟଙ୍କାରୁ ଅଧିକ । ତେବେ ବୟସ୍କଙ୍କ ଏପରି ନିଷ୍ପତ୍ତିରେ ତାଙ୍କ ସଂପର୍କୀୟମାନେ ରୁଷ୍ଟ ହୋଇଛନ୍ତି । କିନ୍ତୁ ଏହା ପଛରେ ଥିବା କାରଣ ସାମ୍ନାକୁ ଆସିବା ପରେ ଲୋକମାନେ ବୟସ୍କଙ୍କ ପ୍ରଶଂସା କରିଛନ୍ତି ।

ଏହି ଘଟଣା ଚୀନ୍‌ର ସାଙ୍ଘାଇ ସହରର । ଏଠାରେ ମା ନାମକ ଜଣେ ବ୍ୟକ୍ତି ୩ ବର୍ଷ ତଳେ ଏହି ନିଷ୍ପତ୍ତି ନେଇଥିଲେ କି ସେ ନିଜର ସମସ୍ତ ସମ୍ପତ୍ତି ଫଳ ବିକାଳୀ ନାମରେ କରିଦେବେ ଯାହାଙ୍କ ସହ ତାଙ୍କର କୌଣସି ରକ୍ତର ସଂପର୍କ ବି ନାହିଁ । ସେ ନିଜର ଉଇଲ୍ ପେପରରେ ଏସବୁ ଲେଖାପଢା କରି ନେଇଛନ୍ତି ।

ମର୍ଣ୍ଣିଂପୋଷ୍ଟ ରିପୋର୍ଟ ଅନୁସାରେ ଫଳ ବିକାଳୀ ନାମ ଲିୟୁ ଅଟେ । ତାଙ୍କ ନାମରେ ମା ସମସ୍ତ ସଂପତ୍ତି ଏଇଥିପାଇଁ କରିଛନ୍ତି କି ସେ ମାଙ୍କ ମୃତ୍ୟୁର ଏକ ବର୍ଷ ପୂର୍ବରୁ ବୟସ୍କଙ୍କ ବହୁତ ଭଲଭାବେ ଦେଖାଶୁଣା କରିଛନ୍ତି । କିଛି ବର୍ଷ ପୂର୍ବେ ଲିୟୁ ନିଜର ପତ୍ନୀ ଓ ୩ ଶିଶୁଙ୍କ ସହ ମାଙ୍କ ଘରକୁ ରହିବାକୁ ଆସିଯାଇଥିଲେ । ଏହି ସମୟରେ ପୁରା ପରିବାର ମାଙ୍କ ବେଶ୍ ଭଲ ଭାବରେ ଯତ୍ନ ନେଇଥିଲେ ।

୩୧ ଡିସେମ୍ବର ୨୦୨୧ରେ ମାଙ୍କ ମୃତ୍ୟୁ ହେବା ପରେ ତାଙ୍କ ୩ ଭଉଣୀ ବ୍ୟାଙ୍କ ପାସବୁକ୍ ଲିୟୁଙ୍କୁ ଦେବାକୁ ମନା କରିଦେଇଥିଲେ । ସେମାନେ କହିଥିଲେ କି ତାଙ୍କ ଭାଇଙ୍କ ସଂପତ୍ତି ଉପରେ ତାଙ୍କର ଅଧିକାର ରହିଛି । ବହୁତ ସମସ୍ୟା ହେବା ପରେ ଲିୟୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟରେ ତାଙ୍କ ଭଉଣୀ ଦାବୀ କରିଥିଲେ କି ଲିୟୁଙ୍କ ମାନସିକ ଅବସ୍ଥା ଭଲ ନ ଥିଲା । ସେ ସବୁକିଛି ଭୁଲି ଯାଉଥିଲେ । ଏପରି ସମୟରେ ଲିୟୁ ଉଇଲ୍ ପେପରରେ ଦସ୍ତଖତ କରିଦେଇଛି । କିନ୍ତୁ ନୋଟାରୀ ଅଧିକାରୀ ସଂପର୍କୀୟଙ୍କ ଏପରି ଦାବୀକୁ ଅଗ୍ରାହ୍ୟ କରି ଦେଇଥିଲେ । ସେ କହିଥିଲେ କି ମାଙ୍କ ମାନସିକ ଅବସ୍ଥା ପୁରା ଠିକ୍ ଥିଲା ।

ଚଳିତ ମାସରେ ବାଓଶାନ ଜିଲ୍ଲା ଲୋକ ଅଦାଲତ ଏହି ମାମଲାର ନିଷ୍ପତ୍ତି ଶୁଣାଇଥିଲେ । ବିଚାରପତି କହିଥିଲେ ଏହି ଚୁକ୍ତିନାମା ବୈଧ ଅଟେ ଓ ଆଦେଶ ଦେଇଥିଲେ କି ଲିୟୁକୁ ଘର ପଇସା ସବୁକିଛି ଫେରାଇ ଦିଆଯାଉ ।

Get real time updates directly on you device, subscribe now.