ଦେଖନ୍ତୁ ଷଣ୍ଢର ଦାଦାଗିରି (Video)… ବୃଦ୍ଧଙ୍କୁ ୭ ଫୁଟ ଉଚ୍ଚକୁ ଫିଙ୍ଗି କଚାଡ଼ିଦେଲା, ମାଟିକାମୁଡ଼ି ପଡ଼ିଲେ ବୟସ୍କ
ବାଟ ଜଗି ବସିଥିଲା ମାରଣା ଷଣ୍ଢ; ଯିଆ ଆସୁଥଇଲା ତାକୁ ଗୋଡ଼ାଉଥିଲା । ଷଣ୍ଢ କଲା ବୃଦ୍ଧଙ୍କୁ କଲବଲ ।
ଗାନ୍ଧୀନଗର: ସୋସିଆଲ ମିଡିଆରେ ନାନା ରକମର ଭିଡିଓ ସବୁ ଭାଇରାଲ ହେଉଛି । ଯେଉଁଥିରେ ଗୁଡ଼ାଏ ରୋଚକ ଘଟଣାବଳୀ ସାମ୍ନାକୁ ଆସୁଥିବାବେଳେ ଆଉ କିଛି ଘଟଣା ଆମ ମନକୁ ଆନ୍ଦୋଳିତ କରିଦେଇଥାଏ ।
ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଚିନ୍ତାରେ ପଡ଼ିଯିବେ । ଗୁଜୁରାଟ ଭୁଜ ତହସିଲ ଜିଲ୍ଲାର ସମନ ମାଧପୁର ଗ୍ରାମର ଏ ଘଟଣା । ଗାଁରେ ଦେଖିବାକୁ ମିଳିଛି ଏକ ମାରଣା ଷଣ୍ଢର ଦାଦାଗିରି ।
ସିସିଟିଭିରେ କଏଦ ଫୁଟେଜ୍ ଅନୁସାରେ ରାସ୍ତାରେ ଏକ ଷଣ୍ଢ ଛିଡ଼ା ରହିଥିଲା । ଯିଏ ସେ ବାଟେ ଯାଉଥିଲା ତାକୁ ମାରିବାକୁ ଗୋଡ଼ାଉ ଥିଲା । ଏମିତିବେଳେ ଜଣେ ବୃଦ୍ଧ ସେ ବାଟ ଦେଇ ଯାଉଥିଲେ, ଠିକ୍ ସେତିକିବେଳେ ଷଣ୍ଢ ମାରିବାକୁ ଗୋଡ଼ାଇଲା ।
ଏହାଦେଖି ବୃଦ୍ଧ ଜଣକ ଘରୁ ଠେଙ୍ଗା ଆଣି ରାସ୍ତାରୁ ଷଣ୍ଢକୁ ଘଉଡ଼ାଇବାକୁ ଲାଗିଲେ । ଠିକ୍ ସେତିକିବେଳେ ଷଣ୍ଢଟି ସିଂଘରେ ବୃଦ୍ଧଙ୍କୁ ଟେକି କଚାଡ଼ିଦେଲା । ଖବର ମୁତାବକ ଷଣ୍ଢଟି ବୃଦ୍ଧଙ୍କୁ ୭ ଫୁଟ ଉପରକୁ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।
ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ବୁଲା ଷଣ୍ଢକୁ କାବୁ କରିଦିଆଯାଇଛି ।
Shocking incident in Gujarat,INDIA:
An elderly man was flung 7 feet in the air by a bull.
VIDEO captured on cctv : pic.twitter.com/x0TQMpLFYZ
— Prime Fact Chronicles (@ChroniclesPrime) February 17, 2025