ମମତାଙ୍କୁ ପୁଣି ନୋଟିସ୍ ଜାରି କଲେ ନିର୍ବାଚନ ଆୟୋଗ

ପଶ୍ଚିମବଙ୍ଗ, ୯ା୪ (ଓଡିଶା ଭାସ୍କର) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ନୋଟିସ୍ କରିଛନ୍ତି ନିର୍ବାଚନ ଆୟୋଗ । କେନ୍ଦ୍ରୀୟ ସୁରକ୍ଷା ବଳ ତଥା ସିଆରପିଏଫ୍ ଯବାନଙ୍କ ଉପରେ ଭୁଲ୍ ବୟାନ ଦେଇଥିବା ଅଭିଯୋଗରେ ମମତାଙ୍କୁ ଦ୍ୱିତୀୟ ଥର ପାଇଁ ନୋଟିସ୍ ଜାରି କରିଛନ୍ତି ନିର୍ବାଚନ ଆୟୋଗ । ସେ ଯବାନମାନଙ୍କ ଉଦ୍ଦେଶ୍ୟରେ ଭୁଲ୍ ମତ ଦେଇ କହିଥିଲେ ଯେ, ସିଆରପିଏଫ୍ ଯବାନ ମାନେ ବିଜେପିକୁ ସହଯୋଗ କରୁଛନ୍ତି ଏବଂ ପଶ୍ଚିମବଙ୍ଗର ନାଗରିକଙ୍କୁ ଭୋଟ୍ ଦେବାରୁ ଅଟକାଉଛନ୍ତି । ଏହି ମନ୍ତବ୍ୟକୁ ଆଧାର କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ଆୟୋଗ ପକ୍ଷରୁ ନୋଟିସ୍ କରାଯାଇଛି । ଏହାପୁର୍ବରୁ ମଧ୍ୟ ମୁସଲମାନ ମାନେ ଏକଜୁଟ୍ ହେବା ନେଇ ଯେଉଁ ବୟାନ ଦେଇଥିଲେ ତାକୁ ନେଇ ପ୍ରଥମେ ନୋଟିସ୍ ହୋଇଥିଲା ।