fbpx

ଏହି ତାରିଖରେ ହେବ ପଞ୍ଚାୟତ ନିର୍ବାଚନ: ଡିସେମ୍ବର ଶେଷ ସୁଦ୍ଧା ନିର୍ବାଚନ କମିଶନଙ୍କ ବଡ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଖେଇ ଅସୁଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି । ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା ଖୁବ୍ ଶୀଘ୍ର ହୋଇପାରେ । ପୂର୍ବରୁ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ଘୋଷଣା ହୋଇସାରିଛି । ୯୧,୯୧୩ ୱାର୍ଡ଼,୬୭୯୪ ପଞ୍ଚାୟତରେ ହେବ ନିର୍ବାଚନ । ସେହିପରି ରାଜ୍ୟରେ ୮୫୩ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ । ସେଥିପାଇଁ ଆବଶ୍ୟକ ବାଲାଟ ବାକ୍ସ ସଂଗ୍ରହ କରାଯାଉଛି । ଏହି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହା ସୂଚନା ଦିଆଯାଇଛି ।

ସୂଚନା ମିଳୁଛି ଡ଼ିସେମ୍ବର ମାସ ଶେଷ ସୁଦ୍ଧା ଏହି ତାରିଖ ଘୋଷଣା ହୋଇପାରେ । ଏଥର ବ୍ଲକ୍ରେ କାଉଣ୍ଟି ହେବାକୁ ଥିବା ବେଳେ ଯେତେ ୱାର୍ଡ଼ ରହିଛି ସେତିକି ବାଲାଟ୍ ବକ୍ସର ଆବଶ୍ୟକତା ପଡ଼ିବ । ତେଣୁ ଏହାକୁ କିପରି ସୁରୁକ୍ଷୁରୁରେ ଶେଷ କରାଯିବ ତାହା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ୨୦୧୭ରେ ଯେପରି ୫ ଟି ପର୍ୟ୍ୟାୟରେ ନିର୍ବାଚନ ହୋଇଥିଲା ଏଥିର ମଧ୍ୟ ୫ ଟି ପର୍ୟ୍ୟାୟରେ ନିର୍ବାଚନ ହେବ । ତେଣୁ ପ୍ରସ୍ତୁତି ଚୁଡ଼ାକ୍ତ ପରେ ତାରିଖ ଘୋଷଣା ହେବ । ଆସନ୍ତା ବର୍ଷ ମାର୍ଚ୍ଚ ୧୧ରେ ପଞ୍ଚାୟତ ସମିତିସ୍ତରୀୟ ନିର୍ବାଚିତ ପ୍ରତିନିଧିଙ୍କର ଏବଂ ମାର୍ଚ୍ଚ ୧୨ରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କର କାର୍ୟ୍ୟକାଳ ଶେଷ ହେବ । ଏହା ପୂର୍ବରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

Get real time updates directly on you device, subscribe now.