fbpx

ଏକ ବିରଳ ଦୁଃଖଦ ଘଟଣା: ଇଲେକ୍ସନ ଦିନ ଆଖି ବୁଜିଲେ ଇଲେକ୍ସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚାରି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନର ମତଦାନ ସମାପ୍ତ ହୋଇଛି । ଆସନ୍ତା ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ଅନେକ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ମତାଦାନ ସମାପ୍ତ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ତେବେ ନିର୍ବାଚନ ଆୟୋଗଙ୍କ କଠୋର ପଦକ୍ଷେପ ଫଳରେ ଏସବୁକୁ ବିବାବଦକୁ ନିୟନ୍ତ୍ରଣ କରାଯାଇଥିଲା ।

ତେବେ ନିର୍ବାଚନ ପ୍ରଚାର ସମୟରୁ ମତଦାନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିଲା । ପ୍ରବଳ ତାତି କାରଣରୁ ନିର୍ବାଚନ ଡ୍ୟୁଟିରେ ଥିବା ଅନେକ ପୋଲିଂ ଅଫିସର ଅଂଶୁଘାତରେ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି । ତେବେ ଏହି ପରିପ୍ରେକ୍ଷୀରେ ଏକ ବିରଳ ଦୁଃଖଦ ଖବର ସାମ୍ନାକୁ ଦେଖିବାୁ ମିଳିଛି । ଇଲେକ୍ସନ ଦିନ ଇଲେକ୍ସନଙ୍କ ମୃତ୍ୟୁ ଘଟିଛି । ପ୍ରକୃତ କଥା ହେଉଛି ଜୁନ ୧ ତାରିଖରେ ଭୋଟ ଦେବାକୁ ଧାଡ଼ିରେ ଠିଆ ହୋଇଥିବା ବେଳେ ଅଚାନକ ଇଲେକ୍ସନ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ।

ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ରାଁସୋଳ ପଞ୍ଚାୟତର କଲରଙ୍ଗିଅତ୍ତା ୟୁଜିଏମଇ ସ୍କୁଲର ୧୪ ନମ୍ବର ବୁଥରେ ମତଦାନ କରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ସମୟରେ ୪୦ ବର୍ଷୀୟ ଇଲେକ୍ସନ ମାଝୀ ହଠାତ୍ ତଳେ ପଡ଼ିଯଇଥିଲେ । ଅନ୍ୟ ଭୋଟରମାନେ ତାଙ୍କ ମୁହଁରେ ପାଣି ଛାଟିବା ପରେ ସେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ମେଡିକାଲ ନିଆଯାଇ ନଯାଇ ବସ୍ତିରେ ଛାଡ଼ି ଦିଆଯାଇଥିଲା । ମାତ୍ର ତାଙ୍କର ସ୍ୱାସ୍ଥ୍ୟରେ କୌଣସି ସୁଧାର ନ ଆସିବାରୁ ୧୦୮ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଇଲେକ୍ସନଙ୍କୁ ଯଦି ଠିକ୍ ସମୟରେ ମେଡିକାଲ ନିଆଯାଇଥାନ୍ତା ତେବେ ସେ ବଞ୍ଚିପାରିଥାନ୍ତେ ବୋଲି ଅନେକ ମତ ଦେଇଛନ୍ତି ।

Get real time updates directly on you device, subscribe now.