fbpx

କୋଟିଆରେ ଆନ୍ଧ୍ରର ନିର୍ବାଚନ: ସୁପ୍ରିମକୋର୍ଟ ଯିବେ ସରକାର

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): କୋରାପୁଟ ଜିଲ୍ଲାର କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବେ । ଏନେଇ ଆଇନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ଓଡ଼ିଶା ସରକାର ବିରୋଧ କରୁଛନ୍ତି । ଆଇନ ବିଭାଗ ଉପସଚିବ ଏଓଆର ଶିବଶଙ୍କର ମିଶ୍ରଙ୍କୁ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ ଯେ, କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସୁନେରୀ ଆଦି ଗ୍ରାମଗୁଡ଼ିକୁ ପଞ୍ଚାୟତର ମାନ୍ୟତା ଦେଇ ନିର୍ବାଚନ କରାଇବାକୁ ଆନ୍ଧ୍ର ନିର୍ବାଚନ କମିଶନ ଘୋଷଣା କରିଛନ୍ତି । କିଛି ଆଶାୟୀ ନିର୍ବାଚନ ନେଇ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.