fbpx

(Video) ବରାକୁ ଛୁଇଁଲେ ମାରୁଛି କରେଣ୍ଟ: ବରା ଖାଇବା ତ ଦୂରର କଥା, ଛୁଇଁବାକୁ ଡରୁଛନ୍ତି ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ କୌଣସି ବିଦ୍ୟୁତ ସୁପରିବାହୀ ବସ୍ତୁରେ ବିଦ୍ୟୁତ ପ୍ରବାହିତ ହେବା ଫଳରେ ତାକୁ ଛୁଇଁଲେ କରେଣ୍ଟ ମାରିଥାଏ । ମାତ୍ର ଆପଣମାନେ କେବେ ବରାରେ କରେଣ୍ଟ ମାରୁଥିବା କଥା ଶୁଣିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଭେଣ୍ଡିଂ ଜୋନରେ ଥିବା ଏକ ବରା ଦୋକାନରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ବରା କରେଣ୍ଟରେ ଚାଟ, ଗୁପଚୁପ ଦୋକାନୀ ମଧ୍ୟ ଛିଟିକି ପଡ଼ିଥିବା ଖବର ମିଳିଛି ।

ସୂଚନା ମୁତାବକ, ରାଜଧାନୀର ଅଶୋକ ନଗର ସ୍ଥିତ ଏକ ଭେଣ୍ଡି ଜୋନରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଗୋଟିଏ ଜଳଖିଆ ଦୋକାନରେ ଥିବା ବରାରେ କରେଣ୍ଟ ମାରୁଥିବା ଦେଖାଯାଇଥିଲା । ଫଳରେ ଦୋକାନକୁ ଖାଇବାକୁ ଆସିଥିବା ଗ୍ରାହକମାନେ ମଧ୍ୟ କରେଣ୍ଟ ମାଡ଼ ଖାଇଥିଲେ । ଅଳ୍ପକେ ସେମାନଙ୍କର ଜୀବନ ବର୍ତ୍ତି ଯାଇଥିଲା । ତେବେ ବରାରୁ କରେଣ୍ଟ ମାରୁଥିବା କଥାକୁ କେହି ସହଜରେ ବୁଝି ପାରିନଥିଲେ । ତେବେ ଏହାପରେ ଦୋକାନ ନିକଟରେ ଥିବା ଚାଟ, ଗୁପଚୁପ, ଦହିବରା, ଆଳୁଦମ ଦୋକାନୀ, ଚା’ ଓ ବିସ୍କୁଟ ଦୋକାନୀ ଓ ଗ୍ରାହକମାନେ ମଧ୍ୟ କରେଣ୍ଟ ଝଟକା ଖାଇଥିଲେ ।

କ’ଣ ସବୁ ଘଟିଯାଉଛି ବୋଲି ପ୍ରଥମେ କେହି କିଛି ବୁଝିପାରିନଥିଲେ । ଏହାପରେ ବରା ଦୋକାନୀ ଜଣଙ୍କ ଦୋକାନରେ ଥିବା ବରା ଓ ଡେକଚିରେ ଟେଷ୍ଟର ଲଗାବାରୁ ତାହା ଜଳି ଉଠିଥିଲା । ଏପରି ଭାବେ ଆଖପାଖରେ ଥିବା ୨୦ଟି ଦୋକାନରେ ମଧ୍ୟ ଟେଷ୍ଟର ଲଗାଇବାରୁ ତାହା ଜଳିଥିଲା । ତେବେ ପରବର୍ତ୍ତୀ ସମୟରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆର୍ଥିଂ ସମସ୍ୟା କାରଣରୁ ସଟସର୍କିଟ୍ ଫଳରେ ଭେଣ୍ଡିଂ ଜୋନରେ ଥିବା ସମସ୍ତ ଦୋକାନରେ ବିଦ୍ୟୁତ ସଂଯୋଗ ହୋଇଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.