fbpx

ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଆପଣଙ୍କୁ ଲାଗିବ ବଡ଼ ଝଟକା: ଏତିକି ଟଙ୍କା ମହଙ୍ଗା ହୋଇଯିବ ବିଦ୍ୟୁତ୍ ବିଲ୍

Advertisement

ନୂଆଦିଲ୍ଲୀ: ବଢ଼ୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ଜନସାଧାରଣଙ୍କୁ ବଡ଼ ଝଟକା ଲାଗିବାକୁ ଯାଉଛି । ଆଗାମୀ ଦିନରେ ଆପଣଙ୍କୁ ଅଧିକ ବିଦ୍ୟୁତ୍ ବିଲତ ଦେବାକୁ ପଡିବ । ତେବେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୭୬ ନିୟୁତ ଟନ୍ କୋଇଲା ଆମଦାନୀ କରିବାକୁ ଯୋଜନା କରିଛନ୍ତି । ଆମଦାନୀ ହୋଇଥିବା କୋଇଲାର ଅଧିକ ମୂଲ୍ୟ ହେତୁ ଦେଶରେ ବିଦ୍ୟୁତ୍ ୫୦ ରୁ ୮୦ ପଇସା ମହଙ୍ଗା ହୋଇପାରେ ।

ଅର୍ଥାତ୍ ବର୍ତ୍ତମାନ ଏହି ବର୍ଦ୍ଧିତ ବିଲ୍ ଭାର ବ୍ୟବହାରକାରୀଙ୍କ ପକେଟରେ ପଡ଼ିବ । ରାଜ୍ୟଗୁଡ଼ିକ ସମୁଦ୍ର ବନ୍ଦରଠାରୁ ଯେତେ ଦୂରରେ ରହିଛି, ବିଦ୍ୟୁତ ମୂଲ୍ୟ ସେତିକି ଅଧିକ ହୋଇପାରେ । ରିପୋର୍ଟ ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ସରକାର ପ୍ରାୟ ୭୬ ନିୟୁତ ଟନ୍ କୋଇଲା ଆମଦାନୀ କରିବାକୁ ଯୋଜନା କରିଛନ୍ତି । ଏହାରି ମଧ୍ୟରେ କୋଇଲା ଇଣ୍ଡିଆ ଲିମିଟେଡ୍ (ସିଆଇଏଲ) ବିଦ୍ୟୁତ୍ ଷ୍ଟେସନ୍ ଯୋଗାଣ ପାଇଁ ୧୫ ମିଲିୟନ୍ ଟନ୍ ଆମଦାନୀ କରିବ ।

ଏଥି ସହିତ ବୃହତ୍ତମ ଶକ୍ତି ଉତ୍ପାଦକ ଏନଟିପିସି ଲିମିଟେଡ୍ ଏବଂ ଦାମୋଦର ଭ୍ୟାଲି କର୍ପୋରେସନ୍ (ଡିଭିସି) ୨୩ ନିୟୁତ ଟନ୍ ଆମଦାନୀ କରିବ । ଏହି ହିସାବରେ ସରକାର ଓ ବିଜୁଳି କମ୍ପାନୀ ଉପରେ କୋଇଲା ଆମଦାନୀରୁ ଆର୍ଥିକ ବୋଝ ବଢ଼ିଯିବ, ଯାହାଫଳରେ ଗ୍ରାହମାନଙ୍କୁ ଅଧିକ ବିଦ୍ୟୁତ୍ ବିଲ୍ ପଇଠ କରିବାକୁ ପଡିପାରେ । ସୂଚନାନୁସାରେ, ଜୁଲାଇ ଶେଷରୁ କୋଇଲା ଇଣ୍ଡିଆର କୋଇଲା ଆସିବା ଆରମ୍ଭ ହେବ ଏବଂ ଏହା ଅଗଷ୍ଟ-ସେପ୍ଟେମ୍ବରରେ ବିଦ୍ୟୁତ୍ ବିଲ୍ ଉପରେ ପ୍ରଭାବ ପକାଇବ । ଅକ୍ଟୋବର ୧୫ ପର୍ଯ୍ୟନ୍ତ ଯୋଗାଣ ଅଭାବ ରହିପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

Get real time updates directly on you device, subscribe now.