fbpx

ପିଲାମାନଙ୍କର ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ୍: ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ

ନୂଆଦିଲ୍ଲୀ: ମାତୃଭାଷାରେ ପିଲାମାନେ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବା ଜରୁରୀ । ଏହାକୁ ଗୁରୁତ୍ୱପୁର୍ଣ୍ଣ ବୋଲି କହିଛନ୍ତି ଉପ-ରାଷ୍ଟ୍ରପତି ବେଙ୍କେୟା ନାୟଡୁ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତାଦ୍ଦି ସମାରୋହର ଉଦଘାଟନି ସମ୍ବୋଧନରେ ଏହି କଥା କହିଛନ୍ତି । ସେ କହିଥିଲେ ଯେ ଭାରତୀୟ ଶିକ୍ଷା ପ୍ରଣାଳି ଆମର ସସ୍କୃତି ଉପରେ ମଧ୍ୟ ଧ୍ୟାନ ଦୋବ ଜରୁରୀ । ଯଦି ପିଲାମାନଙ୍କୁ ତାଙ୍କର ମାତୃଭାଷାରେ ଶିକ୍ଷା ମିଳେ ତେବେ ସେ ଏହାକୁ ଖୁବ୍ ସହଜରେ ଶିଖି ପାରିବେ ।

କିନ୍ତୁ, ଯଦି ପ୍ରାଥମିକ ଶିକ୍ଷା ଅନ୍ୟ ଅନ୍ୟ ଭାଷାରେ ଦିଆଯାଏ, ତେବେ ପ୍ରଥମେ ସେମାନଙ୍କୁ ସେହି ଭାଷା ଶିଖିବାକୁ ପଡ଼ିବ ଏବଂ ତା’ପରେ ସେମାନେ ବୁଝିବେ । ’ସେ ଗୁରୁତ୍ୱାରୋପ କରିଥିଲେ ଯେ ପିଲାମାନେ ପ୍ରଥମେ ସେମାନଙ୍କର ମାତୃଭାଷା ଶିଖିବା ଏବଂ ପରେ ଅନ୍ୟ ଭାଷା ଶିଖିବା ଉଚିତ୍ ।

ଉପ-ରାଷ୍ଟ୍ରପତି କହିଥିଲେ ଯେ ସମସ୍ତଙ୍କୁ ନିଜ ମାତୃଭାଷାରେ ପ୍ରବିଣ ହେବା ଦରକାର । ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶତବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ୧୦୦ ବର୍ଷ ପୂରଣ କରିଥିବାରୁ ଉପରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ‘ଏହି ବିଶ୍ୱବିଦ୍ୟାଳୟର ଅଗ୍ରଗତି, ବିକାଶ ଏବଂ ପ୍ରଗତି ପାଇଁ ତଥା ଏହାକୁ ଏକ ପ୍ରତିଷ୍ଠିତ ଅନୁଷ୍ଠାନରେ ପରିଣତ କରିଥିବାରୁ ମୁଁ ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଉଛି।’

 

Get real time updates directly on you device, subscribe now.