ପିଲାଙ୍କ ମଧ୍ୟାହ୍ନ ଭୋଜନ ଅଣ୍ଡା ଖାଇଗଲେ ହାତୀ, ସ୍କୁଲ କାନ୍ଥ ଭାଙ୍ଗି ଭିତରେ ପଶିଲେ

କେନ୍ଦୁଝର: ସ୍କୁଲ କାନ୍ଥ ଭାଙ୍ଗିଲେ ହାତୀପଲ । ହାତୀପଲ ଖାଇଗଲେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଅଣ୍ଡା ।

ସଦର ବନଖଣ୍ଡ ଅଧୀନ ଆମ୍ବଡ଼ହରା ସ୍କୁଲର ଘଟଣା । ୨୦ ହାତୀ ଗାଁ ଭିତରକୁ ପଶିଆସିଥିବାବେଳେ ହାତୀପଲଙ୍କୁ ନେଇ ଗାଁରେ ଆତଙ୍କ ଖେଳିଯାଇଛି ।

ଖାଦ୍ୟ ଅନ୍ୱେଷଣାରେ ହାତୀପଲ ଗାଁ ଭିତରକୁ ପଶିଆସୁଥିବା ଜଣାପଡ଼ିଛି । ସେମାନଙ୍କୁ ଘଉଡ଼ାଇବା ଲାଗି ବନବିଭାଗ ପକ୍ଷରୁ ତ୍ୱରିତ କାର୍ଯ୍ୟ ଚଳାଇଛି ।