fbpx
BJD SKY
BJD SKY

ଚାଲିଗଲା ଦନ୍ତା ହାତୀ ନନ୍ଦ, ବିଫଳ ହେଲା ଚିକିତ୍ସକଙ୍କ ସମସ୍ତ ଉଦ୍ୟମ

BJD

ଆଖି ବୁଜିଲା ଦନ୍ତା ହାତୀ ନନ୍ଦ । ଭୁବନେଶ୍ୱର ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ । ଅସୁସ୍ଥ ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ନନ୍ଦ ରବିବାର ଅସୁସ୍ଥ ହୋଇପଡ଼ିଥିଲା । ଏହାପରେ ନନ୍ଦର ଚିକିତ୍ସା ଆରମ୍ଭ ହୋଇଥିଲା, ଆଉ ଅସୁସ୍ଥ କାରଣରୁ ଖାଇବା ପିଇବା ଛାଡ଼ି ଦେଇଥିବାରୁ ନନ୍ଦର ଅବସ୍ଥା ବିଗିଡ଼ି ଯାଇଥିଲା ।

ତେବେ ଆଜି ଭୋର୍ ସମୟରେ ହାତୀଟିର ମୃତ୍ୟୁ ହୋଇଛି । ଅସୁସ୍ଥତାର କାରଣ ସ୍ପଷ୍ଟ ହୋଇନାହିଁ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି ।

ପୂର୍ବରୁ ନନ୍ଦନକାନନରେ ଥିଲା ଏହି ଦନ୍ତା ହାତୀଟି । ଏହି ସମୟରେ ପର୍ଯ୍ୟଟକଙ୍କ ଭିତରେ ଖୁବ୍ ପରିଚିତ ଥିଲା ନନ୍ଦ । ତେବେ ନନ୍ଦନକାନନରେ ଜନ୍ମ ହୋଇଥିବାରୁ ହାତୀର ନାଁ ନନ୍ଦ ରଖାଯାଇଥିଲା । ଆଜି ନନ୍ଦ ପୋଷ୍ଟମୋର୍ଟମ ହେବ । ପୋଷ୍ଟମଟର୍ମ ପରେ ନନ୍ଦର ଅସୁସ୍ଥତା କାରଣ ଜଣାପଡ଼ିବ ।

 

Get real time updates directly on you device, subscribe now.