fbpx

ନେପାଳ ଗସ୍ତରେ ନରେନ୍ଦ୍ର ମୋଦୀ, ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ମଜବୁତ ଉପରେ ରହିବ ଫୋକସ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତରେ ଯିବେ । ନେପାଳ ଗସ୍ତ କରି ପ୍ରଥମେ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଯିବା ସହ ମାୟା ଦେବୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ ଏବଂ ବୁଦ୍ଧିଷ୍ଟ କଲଚର ସେଣ୍ଟରର ଭୂମି ପୂଜନ କରିବେ । ଗସ୍ତ ସମୟରେ ବୌଦ୍ଧ ଭିକ୍ଷୁକଙ୍କ ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ଏବଂ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ରହିଛି ।

୨୦୧୯ରେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀଙ୍କର ଏହା ପ୍ରଥମ ନେପାଳଗସ୍ତ । ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ପରେ ସେ ୪ ଥର ନେପାଳ ଗସ୍ତରେ ଯାଇଥିଲେ । ନିକଟରେ ମୋଦୀ ୟୁରୋପ ଯାତ୍ରା କରିଥିଲେ ।

ଏପରି ରହିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ:

ସୋମବାର ମୋଦୀ ଦିଲ୍ଲୀରୁ କୁଶୀନଗର ଏୟାରପୋର୍ଟ ଯିବେ ଏବଂ ସେଠାରୁ ହେଲିକପ୍ଟର ମାଧ୍ୟମରେ ସକାଳ ୧୦:୪୦ ସମୟରେ ଲୁମ୍ବିନୀରେ ଓହ୍ଲାଇବେ ସେଠାରେ ମାୟାଦେବୀ ମନ୍ଦିରରେ ନେପାଳ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କ ସହ ପୂଜାର୍ଚ୍ଚନା କରିବେ । ଏହା ପରେ ଭାରତ ସହଯୋଗରେ ତିଆରି ହେଉଥିବା ବୁଦ୍ଧିଷ୍ଟ କଲ୍ଚର ସେଣ୍ଟରର ଭୂମି ପୂଜନରେ ସାମିଲ ହୋବେ । ପରେ ନେପାଳ ପିଏମଙ୍କ ସହ ଦ୍ୱିପାକ୍ଷିକ ବୈଠକ ହେବ ।

ପିଏମ ମୋଦୀଙ୍କ ଯାତ୍ରା ମୁଖ୍ୟ ଉଦ୍ଦେଶ୍ୟ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ରହିଥିବା ହିନ୍ଦୁ ଏବଂ ବୌଦ୍ଧ ପରମ୍ପରାକୁ ବଢ଼ାଇବା ସହ ସାସ୍କୃତିକ ସମ୍ବନ୍ଧକୁ ମଜବୁତ କରିବା । ଏହ ସହ ଅନେକ ଏବଂ ଚୁକ୍ତି ମଧ୍ୟ ହୋଇପାରେ ।

ଏକ ରିପୋର୍ଟ ଅନୂଯାୟୀ ଉଭୟ ଦେଶ ମଧ୍ୟରେ ଉତ୍ତମ ସଡ଼କ ସୁବିଧା, ବିମାନ ଉଡ଼ାଣ ନେଇ ଆଲୋଚନା ହୋଇପାରେ । ଶିକ୍ଷା ଦିଗକୁ ଅଗ୍ରାହ୍ୟ ଦେବା କ୍ଷେତ୍ରରେ ଭାରତ ଏକ ପ୍ରମୁଖ ବୈଷୟିକ ବିଶ୍ୱବିଦ୍ୟାଳୟ କାଠମାଣ୍ଡୁରେ କ୍ୟାମ୍ପସ ଖୋଲିବା ପାଇଁ ଘୋଷଣା କରିପାରେ । ଉଭୟ ଦେଶ ମଧ୍ୟରେ ଶକ୍ତିକୁ ନେଇ  ମଧ୍ୟ କଥାବାର୍ତ୍ତା ହୋଇପାରେ ।

 

Get real time updates directly on you device, subscribe now.