(ଭିଡ଼ିଓ) ବଡ ଅଘଟଣ! କିଛି ସମୟ ପାଇଁ ବନ୍ଦ ରହିଲା ରଥଯାତ୍ରା
ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଘଟିଗଲା ବଡ ଅଘଟଣ, କିଛି ସମୟ ପାଇଁ ବନ୍ଦ ରହିଲା ରଥଯାତ୍ରା
ଗୁଜୁରାଟ: ଏ କି ଦୃଶ୍ୟ! ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଘଟିଗଲା ବଡ ଅଘଟଣ। ମହାପ୍ରଭୁଙ୍କ ଶୋଭାଯାତ୍ରାରେ ସାମିଲ ଥିବା ଏକ ହାତୀ ହଠାତ୍ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଯାହାଫଳରେ ରଥଯାତ୍ରାକୁ କିଛି ସମୟ ପାଇଁ ବନ୍ଦ ରଖିବାକୁ ପଡିଲା ଏବଂ ଘଟଣାସ୍ଥଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେଲା।
ଗୁଜରାଟର ଅହମ୍ମଦାବାଦରେ ଆଜି ସକାଳେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ମହା ଆଡମ୍ବରରେ ଚାଲିଥିବା ବେଳେ ଏହି ଘଟଣା ଘଟିଛି। ଏହି ଯାତ୍ରାରେ 10ଟି ହାତୀ ମଧ୍ୟ ସାମିଲ ଥିଲେ, ଯାହା ପରମ୍ପରାର ଏକ ଅଂଶ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ସବୁକିଛି ସ୍ୱାଭାବିକ ଭାବରେ ଚାଲିଥିଲା, କିନ୍ତୁ ହଠାତ୍ ଏକ ହାତୀର ଆଚରଣ ଆକ୍ରମଣାତ୍ମକ ହେବାରେ ଲାଗିଲା।
ପ୍ରଥମେ ହାତୀଟି ଏଠାକୁ ସେଠାକୁ ଚାଲିଲା, କିନ୍ତୁ କିଛି ସମୟ ପରେ ଏହା ଦ୍ରୁତ ଗତିରେ ଦୌଡ଼ିବାକୁ ଲାଗିଲା। ହାତୀଟି ନିୟନ୍ତ୍ରଣ ବାହାରକୁ ଯିବାରୁ ସେଠାରେ ଉପସ୍ଥିତ ଭକ୍ତ ଏବଂ ଲୋକମାନେ ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇବା ପାଇଁ ଏଠାକୁ ସେଠାକୁ ଦୌଡ଼ିବାକୁ ଲାଗିଲେ।
ଏହି ଦୌଡ ଭିତରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି, ଯାହାଫଳରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଲୋକମାନେ ମଧ୍ୟ ସାମାନ୍ୟ ଆଘାତ ପାଇଛନ୍ତି। ସୌଭାଗ୍ୟବଶତଃ, ଟିମ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଇଞ୍ଜେକ୍ସନ ଦେଇ ନିୟନ୍ତ୍ରଣ କରିଥିଲେ।
ଅଧିକାରୀମାନେ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ରଥଯାତ୍ରା ସମୟରେ ହାତୀ ନିୟନ୍ତ୍ରଣ ବାହାରକୁ ଯିବାର ଏହା ପ୍ରଥମ ଘଟଣା। ଏହି ଘଟଣା ପରେ, ରଥଯାତ୍ରାର ଆୟୋଜକ ଏବଂ ପୋଲିସ ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି।