fbpx

ଏଲନ ମସ୍କଙ୍କ ବଡ଼ ଘୋଷଣା: Twitterର CEO ପୋଷ୍ଟକୁ କହିବେ Bye !

Advertisement

ନୂଆଦିଲ୍ଲୀ: ଟେସଲା ମାଲିକ ଏଲନ୍ ମସ୍କ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ସମୟରେ ସେ ଟ୍ୱିଟରର ସିଇଓ ଚେୟାର ଛାଡିବେ । ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ପକ୍ଷରୁ ଟ୍ୱିଟରେ କୁହାଯାଇଛି ଯେ, ‘ଯେତେବେଳେ ସେ ତାଙ୍କ ରିପ୍ଲେସମେଣ୍ଟ ପାଇବେ, ସେତେବେଳେ ସେ ତାଙ୍କ ପଦ ଛାଡିବେ ।’

ତେବେ ଗୋଟିଏ ଦିନ ପୂର୍ବରୁ ମସ୍କ ଟ୍ୱିଟର ପୋଲ୍ ମାଧ୍ୟମରେ ଲୋକଙ୍କୁ ପଚାରିଥିଲେ ଯେ ସେ ଟ୍ୱିଟରର ସିଇଓ ପଦ ଛାଡିବେ କି? ଯେଉଁଥିରେ ଅଧିକାଂଶ ଲୋକ ‘ହଁ’ ବୋଲି ଉତ୍ତର ଦେଇଥିଲେ ।
ସିଇଓ ପଦ ଛାଡ଼ିବା ନେଇ ଜାରି କରିଥିବା ପୋଲରେ ୫୭.୫ ପ୍ରତିଶତ ପୋଲ ହଁ ଆସିବା ପରେ ସିଇଓ ପଦ ପାଇଁ ଅଫର ଜାରି କରିଛନ୍ତି ମସ୍କ । ମସ୍କ ଟ୍ୱିଟ କରି ଲେଖିଛନ୍ତି ଯେତେଶୀଘ୍ର ଏହି ପଦପାଇଁ ଜଣେ ବୋକାକୁ ପାଇ ଯିବେ ସେ ଏହି ପଦ ଛାଡ଼ିଦେବେ । କେବଳ ସପ୍ଟୱର ଓ ସରଭର ଟିମକୁ ଚଳାଇବେ ବୋଲି ମସ୍କ ଲେଖିଛନ୍ତି ।

ଡିସେମ୍ବର ୧୯ରେ ଟ୍ୱିଟ୍ କରି ପୋଲ ଜାରି କରିଥିଲେ ମସ୍କ । ପୋଲ ଯୋଗେ ମସ୍କ ଜାଣିବାକୁ ଚାହୁଁଥିଲେ ସେ ଟ୍ୱିଟର ସିଇଓ ପଦକୁ ଛାଡ଼ି ଦେବେ କି ? ପୋଲରେ ମସ୍କ ଟ୍ୱିଟର ସିଇଓ ପଦ ଛାଡ଼ିଦେବା ନେଇ ମତ ଆସିଥିଲା । ମସ୍କ କିନ୍ତୁ ଏହାକୁ ଗ୍ରହଣ କରିନଥିଲେ । ଅଳ୍ପ ଭୋଟ ହୋଇଛି ବୋଲି ମସ୍କ ଦାବି କରିଛନ୍ତି । ଟ୍ୱିଟ କରି ମସ୍କ କହିଛନ୍ତି ଏହି ପଦପାଇଁ ଜଣେ ବୋକାକୁ ପାଇଗଲେ ସେ ଟ୍ୱିଟର ସିଇଓ ପଦ ଛାଡ଼ିଦେବେ ।

Get real time updates directly on you device, subscribe now.