fbpx

ୟୁକ୍ରେନ-ଋଷ ଯୁଦ୍ଧ ପ୍ରସଙ୍ଗ: ପୁତିନଙ୍କୁ ଲଢେଇର ଆହ୍ୱାନ ଦେଲେ ଏଲନ ମସ୍କ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଲଢେଇକୁ ୨୦ ଦିନ ବିତିବାକୁ ବସିଲାଣି । ୨୪ ଫେବୃୟାରୀରେ ଋଷିିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣକୁ ନେଇ ଭିନ୍ନ ଭିନ୍ନ ଢଙ୍ଗରେ ବିଶ୍ୱବାସୀ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଥିଲେ । ତେବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କ । ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଚ୍ୟାଲେଞ୍ଜ କରି ମସ୍କ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ସିଙ୍ଗଲ କମ୍ବାଟ ପାଇଁ ଭ୍ଲାଦିମିର ପୁତିନଙ୍କୁ ମୁଁ ଆହ୍ୱାନ ଦେଉଛି । ପୁତିନଙ୍କ ନାମ ଲେଖିବା ପାଇଁ ଋଷୀୟ ଲିପି ବ୍ୟବହାର କରିଥିବା ବେଳେ ୟୁକ୍ରେନକୁ ବାଜି ଲଗାଇଛନ୍ତି ମସ୍କ । ପରୋକ୍ଷରେ ଏହି ଯୁଦ୍ଧର ବିଜେତା ହିଁ ଋଷିଆ-ୟୁକ୍ରେନ ଯୁଦ୍ଧର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ମସ୍କ ସୂଚନା ଦେଇଛନ୍ତି ।

ତେବେ ପୁତିନଙ୍କର ନିଜସ୍ୱ ଟ୍ୱ ିଟ୍ଟର ଆକାଉଣ୍ଟ ନଥିବାରୁ ଋଷୀୟ ରାଷ୍ଟ୍ରପତିଙ୍କ ଟ୍ୱିଟ୍ଟର ଆଇଡିକୁ ମଧ୍ୟ ଟ୍ୟାଗ କରିଥିଲେ ମସ୍କ । ରାଷ୍ଟ୍ରପତିଙ୍କ ଅଫିସିଆଲ ଆଇଡି କ୍ରେମଲିନ୍ ଋଷିଆଇକୁ ଟ୍ୟାଗ୍ କରି ମସ୍କ ଲେଖିଛନ୍ତି କ’ଣ ଏହି ଲଢେଇ ପାଇଁ ତୁମେ ରାଜି? ଉଲ୍ଲେଖଯୋଗ୍ୟ ଯେ, ଯୁଦ୍ଧ କାରଣରୁ ୟୁକ୍ରେନରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ମସ୍କ ନିଜର ଷ୍ଟାରଲିଙ୍କ ସାଟେଲାଇଟ ଜରିଆରେ ୟୁକ୍ରେନରେ ଇଣ୍ଟରନେଟ ସେବା ପ୍ରଦାନ କରିଥିଲେ । ଫେବୃୟାରୀ ୨୪ରେ ଋଷ ଆକ୍ରମଣ ପରେ ବର୍ତ୍ତମାନ ସୁଦ୍ଧା ୨୮ ଲକ୍ଷ ଲୋକ ୟୁକ୍ରେନ ଛାଡିଥିବା ବେଳେ ୫୯୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.