fbpx

ଭାରତ ଆସୁଛନ୍ତି ଏଲନ ମସ୍କ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କହିଲେ ଏହି କଥା

ନୂଆଦିଲ୍ଲୀ: କୋଟିପତି ବ୍ୟବସାୟୀ ଏଲନ ମସ୍କ ଭାରତ ଆସୁଛନ୍ତି । ଏ ନେଇ ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ମସ୍କ ଏଭଳି ସମୟରେ ଭାରତ ଆସୁଛନ୍ତି, ଯେତେବେଳେ ଟେସ୍ଲାର ପ୍ଲାଣ୍ଟ ପାଇଁ ସ୍ଥାନ ଖୋଜିବା ଏବଂ ବ୍ୟବସାୟ ପ୍ରତିଷ୍ଠା ପାଇଁ ଦେଶର ବଡ଼ ବ୍ୟବସାୟ ଗୋଷ୍ଠୀ ସହ ସହଭାଗିତା ଭଳି ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ମସ୍କଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଭାରତ ଆସିବାକୁ ନେଇ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଯେ, ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଅପେକ୍ଷା ରହିବ । ଗତ ବର୍ଷ ହିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ମସ୍କ ତାଙ୍କୁ ଭେଟିଥିଲେ । ଏହି ସମୟରେ ମିଡିଆ ସହ କଥାବର୍ତ୍ତା ହୋଇ କହିଥିଲେ ଯେ, ଟେସଲା ଭାରତ ନିଶ୍ଚିତ ଆସିବେ ।

ସମାଚାର ଏଜେନ୍ସି ରଏଟର୍ସଙ୍କ ରିପୋର୍ଟ ମୁତାବକ, ଏଲନ ମସ୍କ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଭେଟ ୨୨ ଏପ୍ରିଲରେ ନୂଆଦିଲ୍ଲୀରେ ହୋଇପାରେ । ଏହା ପରେ ଏକ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଟେସଲା ଭାରତରେ ବ୍ୟବସାୟୀ ସହଭାଗୀକୁ ଖୋଜୁଛନ୍ତି । ଏହି ରିପୋର୍ଟ ଅନୁ୍‌ାୟୀ, ଏଥିପାଇଁ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ସହ ଜଏଣ୍ଟ ବେଞ୍ଚର ହେବା ପାଇଁ କଥାବର୍ତ୍ତା କରୁଛନ୍ତି । ଏହା ବ୍ୟତୀତ ଫାଇନାନସିଆଲ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଏଲନ ମସ୍କ ଭାରତରେ ଏପ୍ରିଲରେ ନିଜ ଟିମକୁ ପଠାଇବେ । ଏହି ଟିମ ଭାରତରେ ୨ ରୁ ୩ ବିଲିୟନ ଡଲାରର ପ୍ଲାଣ୍ଟ ପାଇଁ ଜମି ଖୋଜିବାର କାର୍ଯ୍ୟ କରିବ ।

Get real time updates directly on you device, subscribe now.