fbpx

ସ୍କାମ ମେସେଜରେ କ୍ଲିକ କରିବା ପୂର୍ବରୁ ମିଳିବ ୱାର୍ଣ୍ଣିଂ, ଆସିଲା ଗୁଗୁଲର ବଡ଼ ଅପଡେଟ

ନୂଆଦିଲ୍ଲୀ: ଗୁଗୁଲ କୋଟିକୋଟି ଆଣ୍ଡ୍ରୋଏଡ ୟୁଜର୍ସଙ୍କ ନୂଆ ଫିଚର ଆଣିବାକୁ ଯାଉଛି । ଯେଉଁଥିରେ ବ୍ୟବହାରକାରୀ ଠକେଇର ଶିକାର ହେବେନି । ଏହି ଅପଡେଟ ଜାରି ହେବା ପରେ ୟୁଜର୍ସଙ୍କ ଫୋନରେ ଆଣିବାକୁ ଥିବା କୌଣସି ମଧ୍ୟ ନକଲି ଲିଙ୍କର ମେସେଜ ପାଇଁ ୱାର୍ଣ୍ଣିଂ ଅର୍ଥାତ ଚେତାବନୀ ଜାରି ହେବ । ୟୁଜର୍ସଙ୍କୁ ମେସେଜ ଓପନ କରିବା ପୂର୍ବରୁ ଓପନ ନ କରିବାର ୱାର୍ଣ୍ଣିଂ ମିଳିଯିବ । ଗତ କିଛି ବର୍ଷରେ ଯେଉଁଭଳି ଅନଲାଇନ ସ୍କାମ ଏବଂ ହ୍ୟାକିଂ ମାମଲା ଯେଉଁଭଳି ବଢୁଛି, ଟେକ କମ୍ପାନୀ ୟୁଜର୍ସଙ୍କୁ ସୁରକ୍ଷିତ ରଖିବା ଲାଗି ଏହି ସିକ୍ୟୁରିଟୀ ଫିଚର ଆଣିବାର ନିଷ୍ପତ୍ତି ନେଇଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଗୁଗୁଲ ଶିଘ୍ର ଏହି ଅପଡେଟକୁ ଜାରି କରିବାକୁ ଯାଉଛି । ଗୁଗୁଲ ନିଜ ଓପନ ମେସେଜ ଆପରେ ଏହି ଫିଚର ଯୋଡିବାକୁ ଯାଉଛି । ଗୁଗୁଲ ନିଜ ମେସେଜ ଆପରେ ଏହି ଫିଚର ଯୋଡିବାକୁ ଯାଉଛି, ଯାହା ଜରିଆରେ ୟୁଜର୍ସଙ୍କୁ ଫୋନରେ ଆସୁଥିବା ମେସେଜରେ କୌଣସି ପ୍ରକାର ଲିଙ୍କ ଓପନ କରିବା ପୂର୍ବରୁ ୱାର୍ଣ୍ଣିଂ ମିଳି ପାରିବ । ଏହି ଅପଡେଟ ଜାରି ହେବା ପରେ ୟୁଜର୍ସ ଗୁଗୁଲ ମେସେଜରେ ଯେପରି କୌଣସି ଲିଙ୍କର ମେସେଜ ଓପନ କରିବେ ତାଙ୍କୁ ସଙ୍ଗେ ସଙ୍ଗେ ଏକ ପପ-ଅପ ୱାର୍ଣ୍ଣିଂର ମେସେଜ ମିଳିବ । ଖାସକରି ଅଜଣା ନମ୍ବରରୁ ଆସୁଥିବା ମେସେଜ ସହ ୟୁଜର୍ସଙ୍କୁ ୱାର୍ଣ୍ଣିଂ ଦିଆଯିବ ।

Get real time updates directly on you device, subscribe now.