fbpx

Elon Musk ଆଣୁଛନ୍ତି ନୂଆ ଫିଚର, ଏଣିକି X ପୋଷ୍ଟରେ ଆସୁଥିବା ରିପ୍ଲାଏକୁ କରିପାରିବେ Dislike

ନୂଆଦିଲ୍ଲୀ: ଏଲନ ମସ୍କ ଏବଂ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଚର୍ଚ୍ଚାରେ ରହିଛି । ଏଲନ ମସ୍କଙ୍କ ଅନେକ ବିବାଦୀୟ ବିବୃତ୍ତି ଏବଂ ଆଗାମୀ ଫିଚର ଟେଷ୍ଟିଙ୍ଗକୁ ନେଇ ଲୋକେ ସର୍ବଦା ଉତ୍ସାହିତ ଥାଆନ୍ତି । ଏକ୍ସ ନୂଆ ଫିଚରର ଟେଷ୍ଟିଙ୍ଗ କରୁଛି ଯାହାର ନାମ Downvote।

ଏହି ଫିଚରରେ ଏକ୍ସ ରିପ୍ଲାଏକୁ ଡିସଲାଇକ କରିବାର ପ୍ରଣାଳୀ ଏକ୍ସପେରିମେଣ୍ଟ କରାଯାଉଛି ଯାହାକି ଡାଉନବୋଟ ଅର୍ଥାତ ଡିସଲାଇକ ଭଳି ଦେଖାଯାଉଛି । ଆସନ୍ତୁ ଏହି ଫିଚର ବିଷୟରେ ଜାଣିବା । ଜଣେ ଏକ୍ସ ୟୁଜର୍ସ ଏ ନେଇ ଏକ ପୋଷ୍ଟ କରିଛନ୍ତି ଏବଂ ଏହି ବଟନକୁ ନେଇ ସୂଚନା ଦେଇଛନ୍ତି । କୁହାଯାଉଛି ଯେ, ଏହି ସୁବିଧା ପ୍ରଥମେ ଆଇଓଏସ ଆପରେ ଉପଲବ୍ଧ ହୋଇପାରେ । କୁହାଯାଉଛି ଯେ, ଡାଉନବୋଟିଙ୍ଗର ଏହି ଫିଚର କେବଳ ରିପ୍ଲାଏ ବେସଡ ହେବାକୁ ଯାଉଛି ।

ଏକ୍ସ ଏହି ଫିଚରକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥିଲା, ଯାହାପରେ ବର୍ତ୍ତମାନ ଏହି ଫିଚରକୁ ଅଣାଯାଉଛି । ସୂଚନା ମୁତାବକ ଏହି ଫିଚରକୁ dislike ନାମରେ ଜଣାଯିବ । ବର୍ତ୍ତମାନ ଆପଣ ଭାବୁଥିବେ ଏହି ଫିଚର Reddit ଭଳି ପ୍ଲାଟଫର୍ମରେ ଦେଖାଯିବା ଭଳି ଡଉନବୋଟ ଆଇକନ ହେବାକୁ ଯାଉଛି, ହେଲେ ତାହା ନୁହେଁ । TechCrunch ଏକ୍ସର ଲାଇକ ବଟନ ପାଖରେ ଥିବା Broken Heartକୁ ରିପୋର୍ଟ କରିଛି । ରିପୋର୍ଟ ମୁତାବକ, ଏକ୍ସର ଆଇଓଏସ ଆପର ବୀଟା ଭର୍ଜନରେ ଡିସଲାଇକ ବଟନର କୋଡ ଦେଖାଯାଇଛି । ଏହି ଫିଚରଚର୍ଚ୍ଚା ସେହି ଦିନ ହୋଇଥିଲା ଯେବେ ୨୦୨୧ରେ ଏଲନ ମସ୍କ ଏକ୍ସର ମାଲିକ ଥିଲେ ।

Get real time updates directly on you device, subscribe now.