fbpx

ଏଲନ ମସ୍କଙ୍କ ଦରମା ଟାଟା ମୋଟର୍ସର ରୋଜଗାରଠାରୁ ଅଧିକ, ବଡ଼ ବଡ଼ ସିଇଓଙ୍କୁ ପକାଇଲେ ପଛରେ

Advertisement

ନୂଆଦିଲ୍ଲୀ: ଟେସଲାର ସେୟାରହୋଲ୍ଡରର୍ସ ନିଜ ସିଇଓ ଏଲନ ମସ୍କଙ୍କ ଦରମା ବଢାଇ ୫୬ ବିଲିୟନ ଡଲାର କରିଦେଇଛି । ବର୍ତ୍ତମାନ ଏଲନ ମସ୍କଙ୍କ ଦରମା ଦେଶର ବଡ଼ ବଡ଼ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ରେଭେନ୍ୟୁରୁ ମଧ୍ୟ ଅଧିକ ହୋଇଯାଇଛି । ଟାଟା ମୋଟର୍ସର ରେଭେନ୍ୟୁ ଆର୍ଥିକ ବର୍ଷ ୨୦୨୪ରେ ୫୨.୪୪ ବିଲିୟନ ଡଲାର ରହିଛି । ତାଙ୍କ ପ୍ୟାକେଜ ବର୍ତ୍ତମାନ ରିଲାଏନ୍‌ସ ଇଣ୍ଡଷ୍ଟ୍ରୀଜର ରେଭେନ୍ୟୁଠାରୁ କମ । ଏଲନ ମସ୍କଙ୍କ ରୋଜଗାର ମାମଲାରେ ଭାରତର ଅନେକ ବଡ ବଡ କମ୍ପାନୀମାନଙ୍କୁ ପଛରେ ପକାଇଛନ୍ତି । ଟେସଲାର ସିଇଓ ଦୁନିଆରେ ସବୁଠାରୁ ଅଧିକ ରୋଜଗାର କରୁଥିବା ସିଇଓ ହୋଇଛନ୍ତି ।

ରିପୋର୍ଟ ମୁତାବକ, ବର୍ତ୍ତମାନ ଏଲନ ମସ୍କଙ୍କ ଦରମା ହିନ୍ଦୁସ୍ତାନ ପେଟ୍ରୋଲିୟମ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଟାଟା କନସୁଲଟାନ୍ସି ସର୍ଭିସର ରେଭେନ୍ୟୁଠାରୁ ଅଧିକ ହୋଇଯାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ, ଏଲଆଇସି, ଇଣ୍ଡିଆନ ଅଏଲ ଏବଂ ଓଏନଜିସିର ରେଭେନ୍ୟୁ ଏଲନ ମସ୍କଙ୍କ ଦରମାଠାରୁ ଅଧିକ ।

ଏଲନ ମସ୍କଙ୍କ ଦରମା ଦୁନିଆର ସମସ୍ତ ବଡ଼ ବଡ଼ କମ୍ପାନୀର ସିଇଓଙ୍କଠାରୁ ଅଧିକ ହୋଇଯାଇଛି । ୨୦୨୩ରେ ଆଲଫାବେଟର ସିଇଓ ସୁନ୍ଦର ପିଚାଇଙ୍କୁ ୨୨.୬ ବିଲିୟନ ଡଲାରର ପ୍ୟାକେଜ ମିଳିଥିଲା । ବ୍ରାଣ୍ଡକମର ସିଇଓ ହୋକ ଟ୍ୟାନଙ୍କୁ ୧୬ ବିଲିୟନ ଡଲାର, ପୋଲୋ ଆଲ୍ଟୋ ନେଟୱାର୍କର ସିଇଓ ନିକେଶ ଆରୋଡାଙ୍କୁ ୧୫.୧ ବିଲିୟନ ଡଲାର ପ୍ୟାକେଜ ମିଳିଥିଲା ।

Get real time updates directly on you device, subscribe now.