fbpx

ପରାଗ ଅଗ୍ରଓ୍ଵାଲଙ୍କୁ ହଟାଇବା ପରେ ଏଲନ ମସ୍କ ହେବେ ଟ୍ଵିଟରର ସିଇଓ

ନୂଆଦିଲ୍ଲୀ: ନିକଟରେ ମାଇକ୍ରୋବ୍ଲୋଙ୍ଗିଂ ସାଇଟ୍ ଟ୍ଵିଟରକୁ କିଣିବା ପରେ ଏଲନ ମସ୍କ ଏବେ କମ୍ପାନିର ସିଇଓ ପଦଭାର ସମ୍ଭାଳିବେ। ଏହାର ସୂଚନା ଖୋଦ୍ ଦେଇଛନ୍ତି ଏଲନ ମସ୍କ। ସୋମବାର ବଜାରକୁ ସୂଚନା ଦେବା ସମୟରେ ମସ୍କ ଟ୍ଵିଟରର ସିଇଓ ହେବା ନେଇ ପ୍ରକ୍ରିୟା ଚାଲିଥିବା କହିଛନ୍ତି। ଏହା ପୂର୍ବରୁ ଟ୍ଵିଟରର ସଂପୂର୍ଣ୍ଣ ଅଧିଗ୍ରହଣ ପରେ ମସ୍କ ତତ୍କାଳୀନ ସିଇଓ ପରାଗ ଅଗ୍ରଓ୍ଵାଲଙ୍କୁ ବରଖାସ୍ତ କରିଥିଲେ। ତା ପରଠୁ ଏହି ପଦ ଖାଲି ରହିଛି।

ଏହା ସହିତ ମସ୍କ ଟ୍ଵିଟରର ନିର୍ଦ୍ଦେଶକ ମଣ୍ଡଳୀକୁ ଭାଙ୍ଗିଛନ୍ତି। ବର୍ତ୍ତମାନ ସେ କମ୍ପାନିର ଏକ ମାତ୍ର ନିର୍ଦ୍ଦେଶକ। ତେବେ ଏହି ପଦକ୍ଷେପ ଅସ୍ଥାୟୀ ଭାବେ ନିଆଯାଇଥିବା ସେ କହିଛନ୍ତି। କମ୍ପାନିର ନିର୍ଦ୍ଦେଶକ ମଣ୍ଡଳୀରେ ପରାଗ ଅଗ୍ରଓ୍ଵାଲ ବି ସାମିଲ୍ ଥିଲେ। କେବଳ ଏତିକି ନୁହେଁ ଟୁଇଟର ଅନେକ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯିବାର ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଏହା ନଭେମ୍ବର ମାସ ଶେଷ ସୁଦ୍ଧା ପୂରା ହୋଇପାରେ। କେଉଁ କର୍ମଚାରୀଙ୍କୁ ବାହାର କରାଯିବ ତାର ତାଲିକା ପ୍ରସ୍ତୁତ କରିବାକୁ ଏଲନ ମସ୍କ ମ୍ୟାନେଜରଙ୍କୁ କହି ସାରିଛନ୍ତି।

ଏଲନ ମସ୍କ କେବଳ ଟେସ୍ଲାର ସିଇଓ ନୁହନ୍ତି ବରଂ ରକେଟ୍ କମ୍ପାନି ସ୍ପେସ୍ ଏକ୍ସ, ବ୍ରେନ-ଚିପ୍ ଷ୍ଟାର୍ଟଅପ୍ ନ୍ୟୁରୋଲିଙ୍କ ଏବଂ ସୁଡଙ୍ଗ ଖୋଦେଇ କରୁଥିବା ଦ ବୋରିଙ୍ଗ କମ୍ପାନିର ପ୍ରମୁଖ ବି ଅଛନ୍ତି। ଟ୍ଵିଟରକୁ ମିଶାଇ ବର୍ତ୍ତମାନ ସେ ପାଞ୍ଚଟି କମ୍ପାନିର ସିଇଓ ପଦ ସମ୍ଭାଳିବେ। ତେବେ ଏହାର ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ମସ୍କଙ୍କ ଦ୍ଵାରା ଟ୍ଵିଟର କ୍ରୟ ପ୍ରସ୍ତାବ ପରଠୁ କମ୍ପାନିର ସେୟାର ଏକ ତୃତୀୟାଂଶ ଖସି ସାରିଛି। ମସ୍କ ଚଳିତ ବର୍ଷ ଏପ୍ରିଲରେ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିବାକୁ ପ୍ରସ୍ତାବ ଦେଇଥିଲେ।

Get real time updates directly on you device, subscribe now.