fbpx

୮୫,୦୦୦ କୋଟି ଟଙ୍କା ଟ୍ୟାକ୍ସ ଦେଇ ଇତିହାସ ରଚିବେ ଏଲନ୍ ମସ୍କ, ସର୍ବାଧିକ ଟିକସ ଦେଇ କରିବେ ରେକର୍ଡ

ନୂଆଦିଲ୍ଲୀ: ସ୍ପେସ୍ ଏକ୍ସ ଏବଂ ଟେସଲା କମ୍ପାନୀର ପ୍ରତିଷ୍ଠାତା ବିଲିୟନେୟାର ଏଲନ୍ ମସ୍କ ସୋମବାର କହିଛନ୍ତି ଯେ ସେ ଚଳିତ ବର୍ଷ ୧୧ ବିଲିୟନ ଡଲାରରୁ ଅଧିକ (୮୫,୦୦୦ କୋଟି ଟଙ୍କା) ଟିକସ ଦେବେ। ଆମେରିକାର ସିନେଟର ଏଲିଜାବେଥ୍ ୱାରେନ୍ ଧନୀମାନଙ୍କୁ ସେମାନଙ୍କ ନେଟ୍ ମୂଲ୍ୟ ଉପରେ ଟିକସ ଦେବା ପାଇଁ ଦୀର୍ଘ ଦିନ ଧରି ପରାମର୍ଶ ଦେବା ପରେ ମସ୍କର ବିବୃତ୍ତି ଆସିଛି।

ଯଦି ମସ୍କ ଏତିକି ଟଙ୍କାର ଟିକସ୍ ପୈଠ କରୁଛନ୍ତି ତାହେଲେ ଏହି ଟିକସ ରାଶି ଆମେରିକାର ଟ୍ରେଜେରୀ ସେବାକୁ ଏକ ରେକର୍ଡ ଦେୟ ହେବ । କୌଣସି ଆମେରିକୀୟ ବର୍ତ୍ତମାନ ପର୍ୟ୍ୟନ୍ତ ଏତେ ଟିକସ ଦେଇନାହାଁନ୍ତି । ମସ୍କ ଚଳିତ ବର୍ଷ ଡିସେମ୍ବରରେ କହିଛନ୍ତି ଯେ ଆମେରିକାର ଇତିହାସରେ ଏବେସୁଦ୍ଧା କେହି ବି ସେତିକି ଟିକସ ଦେଇନାହାନ୍ତି, ଯେତିକି ସେ ଭରିବାକୁ ଯାଉଛନ୍ତି ।

ସୂଚନା ଯୋଗ୍ୟ, ମସ୍କ ବର୍ତ୍ତମାନ ଫୋର୍ବସର ରିୟଲ୍ ଟାଇମ୍ ବିଲିୟନେୟାର୍ ତାଲିକାରେ ଆମାଜନ୍ ର ସିଇଓଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛନ୍ତି । ସୋମବାର ଦିନ ସେ ରିୟଲ୍ ଟାଇମ୍ ବିଲିୟନେୟାର୍ ତାଲିକାରେ ୨୪୪.୨ ଅରବ୍ ଡଲାର୍ ସମ୍ପତ୍ତି ସହିତ ସେ ସର୍ବାଗ୍ରେ ଥିଲେ ।

Get real time updates directly on you device, subscribe now.