PhonePe, Google Pay ଭଳି ‘ଏକ୍ସ’ରେ ମଧ୍ୟ କରିପାରିବେ ଅନଲାଇନ୍ ପେମେଣ୍ଟ, ଏଲନ ମସ୍କ ଆଣୁଛନ୍ତି X Money App
ଏଣିକି ଆପଣ ‘ଏକ୍ସ’ରେ ବି କରିପାରିବେ ଅନଲାଇନ୍ ପେମେଣ୍ଟ
ନୂଆଦିଲ୍ଲୀ: ଟେସଲା ମାଲିକ ଏଲନ ମସ୍କ ଏବେ ଏକ୍ସରେ ଡିଜିଟାଲ ପେମେଣ୍ଟ ସର୍ଭିସ ଆରମ୍ଭ କରିବାକୁ ଯାଉଛନ୍ତି। ମସ୍କ ଡିଜିଟାଲ ପେମେଣ୍ଟ ସର୍ଭିସ ‘ଏକ୍ସ ମନି’ର ଆରମ୍ଭ କରିବେ।
ଏଲନ ମସ୍କ ଅନେକ ସମୟରୁ ପେମେଣ୍ଟ ସର୍ଭିସ ଏକ୍ସ ମନିକୁ ଟିଜ କରୁଛନ୍ତି। ଏଥିପାଇଁ ତାଙ୍କ କମ୍ପାନୀ ନେଟୱର୍କ ଇମ୍ଫ୍ରାଷ୍ଟ୍ରକ୍ଚର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ କରିସାରିଛନ୍ତି। ଖୁବଶୀଘ୍ର ବୀଟା ଟେଷ୍ଟିଙ୍ଗ ଆରମ୍ଭ କରାଯିବ।
ଏକ୍ସ ପେ ନାମରେ ସର୍ଭିସ ଆରମ୍ଭ କରିବା ମସ୍କଙ୍କ ଏକ ବଡ଼ ସ୍ୱପ୍ନ। ଏହି ପ୍ରୋଜେକ୍ଟକୁ ସେ ନିଜେ ଦେଖୁଛନ୍ତି। ମସ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏଭରୀଥିଙ୍ଗ ଆପରେ କନଭର୍ଟ କରିବାକୁ ଚାହୁଁଛନ୍ତି।
ଏପର୍ଯ୍ୟନ୍ତ ସୂଚନା ସାମ୍ନାକୁ ଆସିଥିବା ଅନୁଯାୟି, ଏକ୍ସ ମନି ଏକ ଡିଜିଟାଲ ୱାଲେଟ ଭଳି କାମ କରିବ। ଫୋନ ପେ, ଗୁଗଲ ପେ ଏବଂ ପେଟିଏମ ଭଳି ୟୁଜର୍ସ ଏଥିରେ ନିଜର ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିପାରିବେ।