fbpx

ଅଳ୍ପକେ ବର୍ତ୍ତିଲେ ଇମ୍ରାନ୍ ଖାନ୍: ଉଡ଼ାଣ ଭରିବା ପରେ ବିମାନରେ ଆସିଥିଲା ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ବିମାନ ରବିବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ବିମାନର ଜରୁରୀ ଅବତରଣ କରାଯାଇଥିଲା ।

ସ୍ଥାନୀୟ ମିଡିଆ ଅନୂଯାୟୀ ଇମ୍ରାନ ଖାନ୍ ଗୁଞ୍ଜରବାଲାରେ ଏକ ରାଲିକୁ ସମ୍ବୋଧନ କରିବା ପାଇଁ ଯାଉଥିଲେ । ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ତାଙ୍କର ବିମାନ ସନ୍ତୁଳନ ହରାଇବାକୁ ଲାଗିଥିଲା । ଏହାପରେ ପାଇଲଟ ତୁରନ୍ତ କଣ୍ଟ୍ରୋଲ ଟାୱାର ସହ ସଂପର୍କ କରିଥିଲେ ଏବଂ ଇସଲାମାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲେ । ପାକିସ୍ତାନ ତହରିକ୍-ଏ-ଇନସାଫ୍ ପାର୍ଟୀର ଅଜହର ମାଶବାନୀ କହିଛନ୍ତି ଯେ ଖରାପ ପାଣିପାଗ କାରଣରୁ ଇମ୍ରାନ ଖାନ୍ ଙ୍କ ବିମାନ ଇସଲାମାବାଦ ଫେରିଯାଇଥିଲା ।

ଇମ୍ରାନ୍ ଖାନ୍ ସଡ଼କ ପଥରେ ହିଁ ଗୁଞ୍ଜରୱାଲା ପହଞ୍ଚିଥିଲେ । ସେ ଜନସଭାକୁ ସମ୍ବୋଧିତ କରିବା ସହ କହିଥିଲେ ଯେ ଯଦି ଦେଶ ଏବଂ ଅର୍ଥବ୍ୟବସ୍ଥାର ରକ୍ଷା କରିବାର ଅଛି ତେବେ ଲୋକଙ୍କ ସ୍ୱର ଉଠାଇବାକୁ ପଡ଼ିବ । ସେ ଜିନ୍ନା ଷ୍ଟାଡିୟମରେ କହୁଥିଲେ । ଇମ୍ରାନ୍ ଖାନ୍ କହିଥିଲେ ଯେ ଯାହାଙ୍କ ପାଖରେ ଶକ୍ତି ଅଛି ସେମାନେ ଜବାବ ଦିଅନ୍ତୁ ଯେ ସରକାର ଦେଶର ଅର୍ଥବ୍ୟବସ୍ଥାକୁ ଲଗାତାର କାହିଁକି ତଳକୁ ନେଇ ଆସୁଛନ୍ତି ।

 

Get real time updates directly on you device, subscribe now.