ATMରେ ଟଙ୍କା ଭର୍ତ୍ତି କରିବାକୁ ନେଇ, ସେହି ଟଙ୍କାକୁ ଚୋରି କରିନେଲେ କର୍ମଚାରୀ

SBI ATMରେ ଟଙ୍କା ଭର୍ତ୍ତି ନ କରି, ସେହି ଟଙ୍କାକୁ ନେଇ ଛୁ ମାରିଲେ କର୍ମଚାରୀ।

କଣ୍ଟାବାଞ୍ଜି: କାହା ଉପରେ କରିବ ଭରସା। ଯାହା ଉପରେ ଦାୟିତ୍ୱ ସେ ସାଜୁଛି ଚୋର। ଏବେ ଯେମିତି ଦେଖୁନାହାନ୍ତି, ATMରେ ଟଙ୍କା ଭରିବା ବ୍ୟାଙ୍କ କର୍ମଚାରୀଙ୍କ ଦାୟିତ୍ୱ। ହେଲେ ଯଦି ସେହି କର୍ମଚାରୀ ଚୋର ସାଜିବେ ତାହାଲେ କାହା ଉପରେ ଭରସା କରାଯିବ।

ଆଗରୁ ତ ଚୋର ମାନେ ATM ଭାଙ୍ଗି ଲୁଟ୍ କରୁଥିଲେ। ହେଲେ ଏବେ କର୍ମଚାରୀମାନେ ଟଙ୍କା ଭର୍ତ୍ତି କରିବାକୁ ଯାଇ ନିଜେ ସେହି ଟଙ୍କା ଲୁଟ୍ କରିନେଉଛନ୍ତି। ହଁ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି  କଣ୍ଟାବାଞ୍ଜି ଅଞ୍ଚଳରେ।

ଉକ୍ତ ଅଞ୍ଚଳରେ ଥିବା ଏକ SBI ATMରେ ଟଙ୍କା ଭର୍ତ୍ତି କରିବାକୁ ନେଇଥିଲେ କର୍ମଚାରୀ। ହେଲେ ATMରେ ଟଙ୍କା ଭର୍ତ୍ତି ନ କରି ସବୁ ଯାକ ଟଙ୍କାକୁ ହଡ଼ପ୍ କରିନେଇଥିବା ଅଭିଯୋଗ ହୋଇଛି।

କର୍ମଚାରୀମାନେ ପାଖାପାଖି ୧୫ ଲକ୍ଷ ୯୦ ହଜାର ୫୦୦ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।  ଟିଟିଲାଗଡ଼ SBI ମୁଖ୍ୟ ପ୍ରବନ୍ଧକ ଏନେଇ ଅଭିଯୋଗ କରିଛନ୍ତି। ଏନେଇ ମୁରିବାହାଲ ଥାନାରେ ଏତଲା ପରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି।