fbpx

୧୭ ଥର ହାତଧୋଇବାକୁ କହୁଥିଲା କମ୍ପାନୀ, ସ୍କିନ୍ ଖରାପ ହେବାରୁ ଦେଲା ୪୪ ଲକ୍ଷ

କରୋନାକୁ ନେଇ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି । ଏଥିପାଇଁ ବାହାରୁ ଖାଇବା,ପିଇବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦୋକାନୀମାନେ ବି ଗ୍ରାହକଙ୍କ ସୁରକ୍ଷା ଦିଗରେ ବିଶେଷ ଧ୍ୟାନ ଦେଉଛନ୍ତି । କିନ୍ତୁ ଏକ ବେକରୀ କମ୍ପାନୀ ନିଜ କର୍ମଚାରୀଙ୍କୁ ବାରମ୍ବାର ହାତ ଧୋଇବାକୁ ବାଧ୍ୟ କରିବାକୁ ସେ ସ୍କିନ୍ ସମ୍ବନ୍ଧୀତ ରୋଗୀରେ ପୀଡିତ ହୋଇଛନ୍ତି । କର୍ମଚାରୀମାନେ କମ୍ପାନୀ ବିରୋଧରେ ମାମଲା କରି ଜିତି ଯିବାରୁ ଏବେ ପୀଡିତଙ୍କୁ ୪୩,୮୧,୪୯୫ ଟଙ୍କା ମିଳିବ । କମ୍ପାନୀ ହିଁ ଏହି ଟଙ୍କା କର୍ମଚାରୀଙ୍କୁ ଦେବ ।

ତେବେ ମିଳିଥିବା ସୂଚନା ମୁତାବକ, ୫୯ ବର୍ଷୀୟ ସୁସାନ ରବିନ୍ସନର ଏକ ଫ୍ର୍ୟାକ୍ଟି ସ୍ପିଡବ୍ୟାବେକରେ କାମ କରୁଥିଲେ । ଏହା ବଡ଼ ସୁପରମାର୍କେଟ ହୋଇଥିବା ବେଳେ ଏଥିରେ ମଫିନ୍, କପ କେକ୍ ଅନ୍ୟ ବେକ୍ ପାଇଁ ସାମଗ୍ରୀ ପ୍ରସ୍ତୁତ କରନ୍ତି । କମ୍ପାନୀ କାମ କରିବା ପାଇଁ ତାଙ୍କୁ ଦିନକୁ ପ୍ରାୟତଃ ୨୦ ଥର ହାତ ଧୋଇବାକୁ ବାଧ୍ୟ କରୁଥିଲା, ଯେଉଁଥିପାଇଁ ତାଙ୍କୁ ତ୍ୱଚା ସମ୍ବନ୍ଧୀତ ରୋଗ ହୋଇଥିଲା । ଏପରିକି ତାଙ୍କ ହାତରୁ ରକ୍ତ ବୋହିବା ଆରମ୍ଭ ହୋଇଥିଲା । ୬ ମାସ ପରେ ତାଙ୍କ ହାତ ନାଲି ପଡିଯିବା ସହ କୁଣ୍ଡେଇ ହେବା ଆରମ୍ଭ ହେଲା । ବାରମ୍ବାର ହାତ ଧୋଇବା ଦ୍ୱାରା ରାସାୟନିକ ସମ୍ପର୍କରେ ଆସିବାରୁ ତାଙ୍କୁ ଏକ ପ୍ରକାର ଏକ୍ଜିମା ହୋଇଗଲା । ଶେଷରେ ସେ ନିଜର ସଂଘର କର୍ମଚାରୀଙ୍କ ସହଯୋଗରେ କମ୍ପାନୀ ବିରୋଧରେ ମାମଲା କରିଥିଲେ ।

Get real time updates directly on you device, subscribe now.