fbpx

Video : ଏହି ଅଫିସରେ ଖାଇ-ପିଇ ଶୁଅନ୍ତି କର୍ମଚାରୀ, ମାଲିକ ଦେଇଛନ୍ତି ଖଟ-ତକିଆ ଏବଂ କମ୍ବଳ!

Advertisement

ନୂଆଦିଲ୍ଲୀ: ଅନେକ ସମୟରେ ଅଫିସରେ ଘଣ୍ଟା ଘଣ୍ଟା ଧରି କାମ କରିବା ମଧ୍ୟରେ କର୍ମଚାରୀମାନେ ଥକ୍କା ଓ ଅସୁସ୍ଥ ଅନୁଭବ କରିବା କିମ୍ବା ହାଲିଆ ହେଇଗଲେ ଅଫିସ୍ ଡେସ୍କରେ ମୁଣ୍ଡ ନୁଆଁଇ କିଛି ସମୟ ବିଶ୍ରାମ କରନ୍ତି। ଏନେଇ କର୍ମଚାରୀମାନଙ୍କୁ ଅପମାନିତ ହେବାକୁ ମଧ୍ୟ ପଡିଥାଏ.. ବେଳେ ବେଳେ ସେମାନେ ଭାବନ୍ତି ଯେ, ଯଦି ଅଫିସରେ କିଛି ସମୟ ବିଶ୍ରାମ କରିବାକୁ ସମୟ ମିଳନ୍ତା ତେବେ ବହୁତ ଭଲ ହୁଅନ୍ତା..କିନ୍ତୁ ଆମ ଦେଶରେ ଅଫିସରେ ବିଶ୍ରାମ କରିବାର ସେଭଳି କୌଣସି ବ୍ୟବସ୍ତା ନାହିଁ। ତେବେ ଏହି ସମୟରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କର୍ମଚାରୀମାନେ ଅଫିସରେ ବେଡ୍ ପକାଇ ଶୋଇଥିବାର ଦେଖିବାକୁ ମିଳୁଛି।

ତେବେ ଭାଇରାଲ ହେଉଥିବା ଭିଡିଓରେ ଦେକିବାକୁ ମିଳୁଛି ଯେ, ଏକ ଅଫିସରେ ଡେସ୍କ ଗୁଡିକ ଅଛି, ଯେଉଁଠାରେ କର୍ମଚାରୀମାନେ ବ୍ୟାଗ ଓ ଅନ୍ୟାନ୍ୟ ଜିନିଷ ରଖିଛନ୍ତି। ଏଠାରେ ଦେଖିପାରିବେ ଜଣେ ମହିଳା କର୍ମଚାରୀ ତାଙ୍କ ଫୋନକୁ ଡେସ୍କରେ ରଖୁଛନ୍ତି ଏହାପରେ ସେ ବସିଥିବା ଚେୟାରକୁ ପଛକୁ ଠେଲି ଦେଉଛନ୍ତି ଓ ଚେୟାରଟି ଏକ ବେଡରେ ପରିଣତ ହେଇଯାଉଛି। ଏହି ବେଡ ଉପରେ ଏକ ତକିଆ ସହ ଏକ କମ୍ବଳ ମଧ୍ୟ ଅଛି, ଯାହାକୁ ମହିଳା ଜଣଙ୍କ ଘୋଡିହୋଇ ଶୋଉଛନ୍ତି। ତେବେ ସେହି ମହିଳାଙ୍କ ପରି ଅନ୍ୟ କର୍ମଚାରୀମାନେ ମଧ୍ୟ ନିଜ ନିଜ ବେଡରେ ଶୋଇଥିବାର ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ହର୍ଷ ଗୋଏଙ୍କା ନାମକ ଜଣେ ବ୍ୟବସାୟୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହା ସହ କ୍ୟାପସନରେ ଲେଖିଛନ୍ତି ଯେ,- କାର‌୍ୟ୍ୟ କରୁଥିବା ସ୍ଥାନରେ ଏହା ଏକ ଭଲ ଉପାୟ। ତେବେ ବର୍ତ୍ତମାନ ପର‌୍ୟ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓଟିକୁ ଦେଖିବା ସହ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି। ସୂଚନା ଅନୁସାରେ ଜାପାନରେ ଅଫିସ ଗୁଡିକରେ ଶୋଇବା ପାଇଁ ଏକ ଘଣ୍ଟାର ବିରତି ଦିଆଯାଏ। ଏହା ସହ ଏଠାରେ ମଧ୍ୟାହ୍ନ ଭୋଜନ ସହିତ ଶୋଇବା ପାଇଁ ସମୟ ରଖାଯାଇଛି, ଯାହାଫଳରେ କର୍ମଚାରୀମାନେ ସତେଜ ରହି କାମ କରିପାରିବେ।

Get real time updates directly on you device, subscribe now.