ଭାରତରେ ବଢ଼ିଲା ନିଯୁକ୍ତି ସୁଯୋଗ, ସାତ ବର୍ଷରେ ୬ ରୁ ୩.୨ ପ୍ରତିଶତକୁ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ: ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସର୍ବଶେଷ ସୂଚନା ଅନୁଯାୟୀ, ସର୍ବିଶେଷ ବାର୍ଷିକ ପର୍ଯ୍ୟାୟ ଶ୍ରମ ଶକ୍ତି ସର୍ବେକ୍ଷଣ (ପିଏଲଏଫଏସ) ରିପୋର୍ଟରେ ଗତ ସାତ ବର୍ଷ ମଧ୍ୟରେ ଧାର୍ଯ୍ୟ ଶ୍ରମିକ ଜନସଂଖ୍ୟା ଅନୁପାତ (ଡବ୍ଲୁପିଆର)ରେ ବୃଦ୍ଧି ଘଟିଛି ।
ବେକାରୀ ହାର (UR) ୬ ପ୍ରତିଶତରୁ ୩.୨ ପ୍ରତିଶତକୁ ହ୍ରାସ ପାଇଛି :-

ପିଏଲଏଫଏସ ରିପୋର୍ଟ ଅନୁଯାୟୀ, ୨୦୧୭-୧୮ ରେ ଶ୍ରମିକ ଜନସଂଖ୍ୟା ଅନୁପାତ (ଡବ୍ଲୁପିଆର)୪୬.୮ ପ୍ରତିଶତରୁ ବଢ଼ି ୨୦୨୩-୨୪ ରେ ୫୮.୨ ପ୍ରତିଶତ ହୋଇଛି । ଡବ୍ଲୁପିଆରର ଏହି ବୃଦ୍ଧି କରୋନା ମହାମାରୀ ସହିତ ଅବଧି ମଧ୍ୟରେ ରେକର୍ଡ କରାଯାଇଛି । ୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ସାଧାରଣ ପରିସ୍ଥିତିରେ ନିଯୁକ୍ତି ସୂଚାଉଥିବା ଡବ୍ଲୁପିଆର ଏହି ସମୟ ମଧ୍ୟରେ ୬ ପ୍ରତିଶତରୁ ୩.୨ ପ୍ରତିଶତକୁ ହ୍ରାସ ପାଇଛି ।

ନିକଟରେ ରାଜ୍ୟସଭା ସାଂସଦ ସାଗାରିକା ଘୋଷଙ୍କ ମହିଳା ନିଯୁକ୍ତିକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ଉଚ୍ଚ ସଦନରେ କହିଛନ୍ତି ଯେ, ୧୫ ବର୍ଷରୁ ଅଧିକ ବୟସର ମହିଳାଙ୍କ ପାଇଁ ଶ୍ରମିକ ଜନସଂଖ୍ୟା ଅନୁପାତ (ଡବ୍ଲୁପିଆର) ଏବଂ ଶ୍ରମ ବଳର ଅଂଶଗ୍ରହଣ ହାର (ଏଲଏଫପିଆର)ରେୀ ଲଗାତାର ବୃଦ୍ଧି ଦେଖିବାକୁ ମିଳିଛି । ୨୦୧୭-୧୮ ରେ ୧୫ ବର୍ଷରୁ ଅଧିକ ବୟସର ମହିଳାଙ୍କ ପାଇଁ ଶ୍ରମ ଶକ୍ତି ଜନସଂଖ୍ୟା ଅନୁପାତ ୨୨ ପ୍ରତିଶତ ଏବଂ ଶ୍ରମଶକ୍ତିର ଅଂଶଗ୍ରହଣ ହାର ୨୩.୩ ପ୍ରତିଶତ ଥିଲା, ଯାହାକି ୨୦୨୩-୨୪ ରେ ଯଥାକ୍ରମେ ୪୦.୩ ପ୍ରତିଶତ ଏବଂ ୪୧.୭ ପ୍ରତିଶତକୁ ବୃଦ୍ଧି ପାଇଛି ।